Odisha Link
Bridging the Missing Links in Odisha

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

ଆଠଗଡ଼ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ତିଗିରିଆ ରେଂଜ ହରିଡ଼ାପଶି ଗାଁରେ ହାତୀ ଆକ୍ରମଣରେ ଜଣେଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗାଁର କାଳିଆ ବେହେରା। ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା।

ଆଜି ସକାଳେ କାଳିଆ ବାହାରକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ କାଳିଆଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା। ଏହି ଘଟଣାକୁ ନେଇ ଗାଁରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ବନ ବିଭାଗର କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହାସହ ଉତ୍ତ୍ୟକ୍ତ ଲୋକେ ବନ ବିଭାଗର କର୍ମଚାରୀଙ୍କ ପୋଷାକ ଚିରି ଦେଇଥିଲେ ।

Comments are closed.