Odisha Link
Bridging the Missing Links in Odisha

ବର୍ଷାଜଳ ସଂରକ୍ଷଣ କରିବାକୁ ଚିଠି ଲେଖିଲେ ମୋଦୀ, ଚିଠିରେ କଣ ଲେଖିଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ଆଉ ଅଳ୍ପଦିନ ପରେ ବର୍ଷା ଦିନ ଆସିବ। ଗ୍ରାମାଞ୍ଚଳରେ ଜଳ ସଂକଟକୁ ଆଖି ଆଗରେ ରଖି ଠିକ୍‌ ବର୍ଷାଦିନ ଆଗରୁ ଗାଁ ମୁଖିଆମାନଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଚିଠିରେ ଲେଖିଛନ୍ତି ଯେ, ମୌସୁମୀ ଆସିବା ପୂର୍ବରୁ ବୃହତ୍ ପରିମାଣର ବର୍ଷାଜଳ ସଂରକ୍ଷଣ କରିବା ପାଇଁ ପ୍ରସ୍ତୁତ ରହିବା ହିଁ ବୁଦ୍ଧିମାନର କାମ ହେବ। ଏଥିପାଇଁ ଜଳାଶୟଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ସେ କହିଛନ୍ତି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ଏହି ଚିଠିସବୁ ଗାଁ ମୁଖିଆମାନଙ୍କ ପାଖକୁ ପଠାଯାଇଛି।


ମୋଦିଙ୍କ ଏହି ଚିଠିକୁ ନେଇ ବିଭିନ୍ନ ଗାଁମାନଙ୍କରେ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ୬୩୭ ଜଣ ଗାଁ ମୁଖିଆଙ୍କୁ ମୋଦିଙ୍କ ଚିଠି ପହଞ୍ଚିଛି। ଏଥିରେ ସେ ଅନୁରୋଧ କରିଛନ୍ତି ବର୍ଷା ଜଳ ସଂରକ୍ଷଣ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ହେଉ। ସେ ଗୋଟିଏ ପୃଷ୍ଠାର ଏହି ଚିଠିରେ ଲେଖିଛନ୍ତି, ପ୍ରିୟ ସରପଞ୍ଚ ମହାଶୟ, ନମସ୍କାର। ଆଶା କରେ ଆପଣ ଏବଂ ପଞ୍ଚାୟତରେ ଥିବା ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କର ଦେହପା’ ଭଲଥିବ। ବର୍ଷାଋତୁ ଆଗତ ପ୍ରାୟ। ଆମେ ଠାକୁରଙ୍କ ଠାରେ କୃତଜ୍ଞ ଯେ ଆମକୁ ଯଥେଷ୍ଟ ବର୍ଷାଜଳ ମିଳୁଛି। ଏହି ଜଳକୁ ସଂରକ୍ଷଣ କରିବାକୁ ଆମେ ପାରୁ ପର୍ଯ୍ୟନ୍ତ ଉଦ୍ୟମ ଏବଂ ବ୍ୟବସ୍ଥା କରିବା ଉଚିତ। ବର୍ଷାଜଳର ସମୁଚ୍ଚିତ ସଂରକ୍ଷଣ ହୋଇପାରୁଥିବା ଅଞ୍ଚଳରେ ଚେକ୍‌ ଡ୍ୟାମ୍‌ ଓ ଜଳାଶୟ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଉତ୍ତର ପ୍ରଦେଶ ଅନ୍ତର୍ଗତ ଆମୋରା ଜିଲ୍ଲାରେ ୬୩୭ ଜଣ ଗ୍ରାମ ମୁଖିଆଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଉମେଶ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପତ୍ର ହସ୍ତାନ୍ତର କରିଛନ୍ତି। ସେ ମଫସଲ ଅଞ୍ଚଳରେ ୭୭୫ଟି ଜଳାଶୟ ଖନନ କରିବାକୁ ଯୋଜନା କରିବା ସହ ସେଥି ମଧ୍ୟରୁ ୫୦୦ଟିର ଖନନ କାମ ଆରମ୍ଭ କରି ସାରିଲେଣି। ଗାଁରେ ଏକ ସଭା ଆୟୋଜନ କରି ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଯାଉ। କିପରି ଭାବରେ ଜଳ ସଂରକ୍ଷଣ କରିପାରିବା ସେ ବିଷୟରେ ଆଲୋଚନା କରାଯାଉ। ଏଥିରେ ସେ ଲେଖିଛନ୍ତି, ମୋର ସମସ୍ତଙ୍କ ଉପରେ ବିଶ୍ୱାସ ଅଛି ଯେ, ସମସ୍ତେ ଏଥିନେଇ ପଦକ୍ଷେପ ଗ୍ରହଣ କରିବେ। ଆଜି ନୀତି ଆୟୋଗ ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଷାଜଳ ସଂରକ୍ଷଣ ସଂକ୍ରାନ୍ତରେ ଆଲୋଚନା କରିବା ନେଇ ସୂଚନା ରହିଛି।

Comments are closed.