Odisha Link
Bridging the Missing Links in Odisha

ଖରାଛୁଟି ବଢିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ସ୍କୁଲ ଓ ଗଣଶିକ୍ଷା ସଚିବ

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜ ପରେ ରାଜ୍ୟର ସମସ୍ତ ସ୍କୁଲ ଗୁଡ଼ିକର ଖରାଛୁଟି ଶେଷ ହୋଇଥାଏ। କିନ୍ତୁ ସ୍କୁଲ କେବେ ଖୋଲିବ ସେ ନେଇ ଯେଉଁ ଦ୍ବନ୍ଦ ଦେଖାଯାଉଥିଲା ସେଥିରେ ବିରାମ ଲଗେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ। ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ବଢିବ କି ନାହିଁ ସେ ନେଇ ସୋମବାର କିମ୍ବା ମଙ୍ଗଳବାର ନିଷ୍ପତ୍ତି ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଖରାଛୁଟି ବଢାଇବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଅଳ୍ପଦିନ ତଳେ ସ୍କୁଲ ଛୁଟି ୨୫ ଯାଏଁ ବଢିବା ନେଇ ଏକପ୍ରକାର ଗୁଜବ କରାଯାଇଥିଲା ବୋଲି ସେ କହିଛନ୍ତି। ଏହି ଗୁଜବ ପ୍ରଚାର ପରେ ଆଜି ଗଣଶିକ୍ଷା ସଚିବ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଜୁନ୍‌ ୧୯ ତାରିଖରେ ସ୍କୁଲ ଖୋଲିବ ବୋଲି ସୂଚନା ରହିଥିଲା।

Comments are closed.