Odisha Link
Bridging the Missing Links in Odisha

ବିଜୟ ଦେଲେ ଭାରତକୁ ପ୍ରଥମ ସଫଳତା, ଆହତ ହେତୁ ଭୁବନେଶ୍ବର କୁମାର ବୋଲିଂ କରିବେ ନାହିଁ

ମାଞ୍ଚେଷ୍ଟର: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୨୨ତମ ମ୍ୟାଚରେ ଭାରତ ପାକିସ୍ତାନ ଆଗରେ ୩୩୭ ରନର ବିଶାଳ ଟାର୍ଗେଟ୍ ଛିଡ଼ା କରିଛି। କିନ୍ତୁ ଭାରତୀୟ ଦଳ ସହ କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଏହି ମ୍ୟାଚରେ ଆଉ ପଡ଼ିଆକୁ ଓହ୍ଲାଇବେ ନାଇଁ ଦ୍ରୁତ ବୋଲର ଭୁବନେଶ୍ବର କୁମାର। ପାକିସ୍ତାନ ଇନିଂସର ଚତୁର୍ଥ ଓଭରର ଚତୁର୍ଥ ବଲ ପକାଇବା ପରେ ଭୁବନେଶ୍ୱର ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ଯୋଗୁ ପ୍ୟାଭିଲିୟନ୍ ଫେରିଥିଲେ। ଫଳରେ ଓଭରର ବଳକା ଦୁଇ ବଲ ପକାଇବାକୁ ଶଙ୍କର ଆସିଥିଲେ। ପାକିସ୍ତାନ ସ୍କୋର ୧୩ ଥିବା ବେଳେ ଓପ୍ନର ଇମାମ୍-ଉଲ୍-ହକ (୭)ଙ୍କୁ ବିଜୟ ଶଙ୍କର ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଶଙ୍କର ବିଶ୍ୱକପରେ ନିଜର ପ୍ରଥମ ବଲରେ ହିଁ ଇମାମଙ୍କୁ ଆଉଟ୍ କରି ଦମଦାର ଶୁଭାରମ୍ଭ କରିଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ପାକିସ୍ତାନ ୧୪ଓଭରରେ ୧ ୱିକେଟ୍ ହରାଇ ୫୮ରନ୍ କରିଛି। ଫକର ଜମାନ୍ ୨୪ ଓ ବାବର ଆଜମ ୨୫ ରନ୍ କରି ବ୍ୟାଟିଂ କରୁଛନ୍ତି।

Comments are closed.