Odisha Link
Bridging the Missing Links in Odisha

୧୭ତମ ଲୋକସଭା ଅଧିବେଶନ : ଓଡ଼ିଆ ସାଂସଦ ଶପଥ ନେଲେ, କିନ୍ତୁ ପ୍ରତାପ ଷଡ଼ଙ୍ଗୀ ଚର୍ଚ୍ଚାରେ କାରଣ କଣ ଜାଣନ୍ତୁ….

ନୂଆଦିଲ୍ଲୀ: ୧୭ତମ ଲୋସଭାର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ମଧ୍ୟବର୍ତ୍ତୀକାଳୀନ ବାଚସ୍ପତି ଭାବେ ଶପଥ ନେଇଥିବା ବୀରେନ୍ଦ୍ର କୁମାର ସମସ୍ତ ନୂତନ ଭାବେ ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଶପଥପାଠ କରାଇଛନ୍ତି। ପ୍ରଥମେ ସାଂସଦ ଭାବେ ନରେନ୍ଦ୍ର ମୋଦି, ଅମିତ ଶାହ ଓ ରାଜନାଥଙ୍କ ଶପଥ ପାଠ ପରେ ପରେ ଅନେକ ବରିଷ୍ଠ ନେତା ଶପଥ ପାଠ କରିଛନ୍ତି। ୨ ଦିନ ଧରି ନବନିର୍ବାଚିତ ସାଂସଦଙ୍କ ଶପଥ ଉତ୍ସବ ଚାଲିବ ବୋଲି ସୂଚନା ରହିଛି। ତେବେ ସାଂସଦ ଭାବେ ଓଡିଶାରୁ ନିର୍ବାଚିତ ହୋଇଥିବା ୨୧ ସାଂସଦ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି।
ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ
ନିଜର ନିଆରା ନିରାଡ଼ମ୍ବର ଜୀବନଶୈଳୀ ପାଇଁ ସାରା ଦେଶରେ ବେଶ ପରିଚିତି ହୋଇଥିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଆଜି ୧୭ତମ ଲୋକସଭାର ପ୍ରଥମ ଅଧିବେଶନର ଶପଥ ଗ୍ରହଣ ଉତ୍ସବରେ ପୁଣି ଥରେ ତାଙ୍କର ନିଆରା କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରିଥିଲେ। ଯାହାକୁ ବିଭିନ୍ନ ମହଲରେ ପ୍ରତାପଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଏହା ପୂର୍ବରୁ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଉତ୍ସବରେ ସେ ହିନ୍ଦି ଭାଷାରେ ଶପଥ ନେଇଥିଲେ।ଏହା ସହ ଆଜି ସନ୍ଧ୍ୟାରେ ବସିବ ବିଜେପିର ସଂସଦୀୟ ଦଳ ବୈଠକ । ସନ୍ଧ୍ୟା ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଡକାଯାଇଛି । ମୋଦିଙ୍କ ସମେତ ବୋର୍ଡର ଅନ୍ୟ ସଦସ୍ୟ ମଧ୍ୟ ଏଥିରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି।

Comments are closed.