Odisha Link
Bridging the Missing Links in Odisha

୧୭ ତମ ଲୋକସଭା ଅଧିବେଶନ: କେଉଁଠି ବସିବେ କିଏ ଜାଣନ୍ତୁ

ନୂଆଦିଲ୍ଲୀ:ଆଜି ୧୭ତମ ଲୋକସଭା ଆରମ୍ଭ ହୋଇଯାଇଛି। ମୋଦିଙ୍କ ଦ୍ବିତୀୟ ଇନିଂସର ଏହା ହେଉଛି ପ୍ରଥମ ଅଧିବେଶନ। ଏହି ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ ଅର୍ଥାତ୍ ଦୀର୍ଘ ୪୦ଦିନ ଧରି ଚାଲିବ। ଅଧିବେଶନର ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଶପଥ ଗ୍ରହଣ କରିଥିଲେ ତାଙ୍କପରେ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିଛନ୍ତି। ଲୋକସଭାରେ ଶପଥ ଗ୍ରହଣ ଉତ୍ସବ ଚାଲିଥିବା ବେଳେ କିଏ କେଉଁ ସିଟରେ ବସିବ ତାକୁ ନେଇ ଚର୍ଚ୍ଚା। କାହିଁକିନା କ୍ୟାବିନେଟ୍‌ ଗଠନ ପରେ ସରକାରର ନମ୍ବର ୨ କିଏ ବୋଲି ଚର୍ଚ୍ଚା ଲାଗିଥିଲା। କିନ୍ତୁ ଏଥିରେ ଏବେ ବିରାମ ଲାଗିଛି କାହିଁକିନା ଲୋକସଭାର ନେତା ହିସାବରେ ପ୍ରଥମେ ନରେନ୍ଦ୍ର ମୋଦି ପ୍ରଥମ ଆସନରେ ବସିଥିଲେ। ଏହାପରେ ରାଜନାଥ ସିଂହ ଏବଂ ଅମିତ୍‌ ଶାହ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ବସିଥିଲେ।


ଲୋସଭାରେ ଉପନେତା ହେଲେ ରାଜନାଥ ସିଂହ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ବିଜେପିର ଉପନେତା ହୋଇଛନ୍ତି। ଗୃହର ନେତା ନରେନ୍ଦ୍ର ମୋଦି ହୋଇଥିବାବେଳେ ଉପନେତା ହେଲେ ରାଜନାଥ ସିଂହ। ତାମାନେ ରାଜନାଥ ସିଂହଙ୍କ ନମ୍ବର ଦ୍ବିତୀୟ ସ୍ଥାନରେ। ଏହି କାରଣରୁ ରାଜନାଥ ସିଂହ ମୋଦିଙ୍କ ପାଖ ଆସନରେ ବସିବେ। ମୋଦିଙ୍କ ପ୍ରଥମ ଇନିଂସରେ ମଧ୍ୟ ରାଜନାଥ ସିଂ ମୋଦିଙ୍କ ପାଖ ସିଟରେ ବସିଥିଲେ ସେତେବେଳେ ସେ ଗୃହମନ୍ତ୍ରୀ ଥିଲେ। ଏଥର ରାଜନାଥଙ୍କୁ ପ୍ରତିରକ୍ଷା ଦାୟିତ୍ବ ମିଳିଥିବାରୁ ରାଜନାଥ ମୋଦିଙ୍କ ପାଖ ଆସନରେ ବସି ପାରିବେ ନାହିଁ ବୋଲିି ଚର୍ଚ୍ଚା ହେଉଛଥିଲା।
ସୁଷମାଙ୍କ ସ୍ଥାନରେ ଶାହା, ଆଡ଼ଭାନୀଙ୍କ ଜାଗାରେ ଗେହଲଟ
ବିଜେପି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହ ରାଜନାଥ ସିଂହଙ୍କ ପାଖ ଆସନରେ ବସିବେ। ପୂର୍ବରୁ ଏହି ଆସନରେ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ବସୁଥିଲେ। ଅମିତ୍‌ ଶାହଙ୍କ ପାଖ ସିଟରେ ଥାଓ୍ବର ଚନ୍ଦ୍ର ଗେହଲଟ ବସିଥିବାର ଦେଖାଯାଇଛି। ପୂର୍ବରୁ ଏହି ଆସନରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ବସୁଥିଲେ। ସୂଚନାଯୋଗ୍ୟ ଉଭୟ ସୁଷମା ସ୍ବରାଜ ଏବଂ ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଚଳିତ ଥର ନିର୍ବାଚନରେ ନିର୍ବାଚନ ଲଡିନଥିଲେ।


ଏହିସବୁ ଆସନ ଛଡ଼ା ଥାଓ୍ବର ଚନ୍ଦ୍ର ଗେହଲଟଙ୍କ ପାଖ ଆସନରେ ନୀତନ୍‌ ଗଡ଼କରୀ, ସଦାନନ୍ଦ ଗୌଡ଼ା, ରବିଶଙ୍କର ପ୍ରସାଦ,ନରେନ୍ଦ୍ର ସିଂହ ତୋମର ଏବଂ ହରସମିତ୍ର କୌର ପ୍ରଥମ ଧାଡ଼ରେ ବସିବାର ଦେଖିବାକୁ ମିଳିଛି।ସୂଚନାଯୋଗ୍ୟ, ମନ୍ତ୍ରୀପଦରେ ବରିଷ୍ଠତା କିମ୍ବା କିଏ କେତେ ଥର ବିଜୟୀ ହୋଇଛି ସେ ନେଇ ଆସନରେ ବସିଥାନ୍ତି। ଚଳିତଥର  ବହୁ ବରିଷ୍ଠ ନେତା ସଂସଦରେ ଦେଖିବାକୁ ମିଳିବେନାହିଁ। ସେମାନଙ୍କ ମଧ୍ୟରେ ଲାଲକୃଷ୍ଣ ଆଡ଼ଭାନୀ, ସୁଷମା ସ୍ବରାଜ, ମୁରଲୀ ମୋନହର ଯୋଶୀ, ମଳ୍ଲିକାର୍ଜୁନ ଖଡ଼ଗେ ଏବଂ ଜ୍ୟୋତିରଦାତ୍ୟ ସିନ୍ଧିଆଙ୍କ ନାମ ସାମିଲ ଅଛି।

Comments are closed.