Odisha Link
Bridging the Missing Links in Odisha

ପ୍ରତିଷ୍ଠା ହେବ ଆଉ ୩ଟି ସାଇବର ଥାନା

ଭୁବନେଶ୍ୱର : ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ସାଇବର ଥାନା । ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ଏହି ସାଇବର ଥାନା ପ୍ରତିଷ୍ଠା କରାଯିବ । ନୂଆ ସାଇବର ଥାନା ସମ୍ପର୍କରେ ଡିଜିପି ରାଜନେ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ସାଇବର ମାମଲା ଉଦବେଗଜନକଭାବେ ବୃଦ୍ଧି ପାଉଛି । ୨୦୧୩ଟି ୧୨୦ଟି ମାମଲା ଥିଲା ବେଳେ ୨୦୧୮ରେ ମାମଲା ୮୬୮କୁ ବଢିଛି । ମାମଲା ଯେଉଁ ଅନୁପାତରେ ବଢୁଛି, ସେ ଅନୁପାତରେ ଥାନା ନାହିଁ । ସାଇବର ଥାନା ବଢିବା ସହ ତଦନ୍ତ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ୩ ଦିନିଆ ସାଇବର ତଦନ୍ତ ଅଧିକାରୀ ତାଲିମ କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଶର୍ମା ଏହି ସୂଚନା ଦେଇଛନ୍ତି ।

Comments are closed.