Odisha Link
Bridging the Missing Links in Odisha

କିସାନ ସଂଘର ଶସ୍ୟ ବୀମା ଦାବୀ ପୁରଣ ପାଇଁ ରାସ୍ତାରୋକ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଶସ୍ୟ ବୀମା ପୁରଣ ଦାବୀରେ କିସାନ ସଂଘ କକ୍ଷରୁ ରାସ୍ତାରୋକ କରଯାଇଛି। ଗୋଲାମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତର ଶସ୍ୟ ବୀମା ଟଙ୍କା ପୈଠ ଦାବୀ କରିବା ନେଇ କିସାନ ସଂଘ ସଦସ୍ୟ ମାନେ ରାସ୍ତା ଅବରୋଧ କରିଛନ୍ତି। ଗୋଲାମୁଣ୍ଡା ବ୍ଲକରୁ ପ୍ରାୟ ଦୁଇ କୋଟି ଟଙ୍କାର ଶସ୍ୟ ବୀମା ଟଙ୍କା ଚାଷୀ ପୈଠ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀଙ୍କୁ ଚାଷ କ୍ଷୟକ୍ଷତିର ଟଙ୍କା ପୈଠ କରାଯାଇନାହିଁ । ଫଳରେ ଧର୍ମଗଡ ସିନାପାଲିକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି।

Comments are closed.