Odisha Link
Bridging the Missing Links in Odisha

ପ୍ରବେଶିକା ପରୀକ୍ଷାକୁ ନେଇ ବିଭ୍ରାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦାବିପତ୍ର ଦେଲା ABVP

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ପିଜି ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକିୟା ଜାରି ରହିଛି। ଏହାସହ ପିଜି ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ପାଇଁ ସବୁ ବିଶ୍ବବିଦ୍ୟାଳୟର  ପ୍ରସ୍ତୁତି ପ୍ରାୟ ଦୂଡ଼ାନ୍ତ ପର୍ଯ୍ୟାୟରେ। ଏତେ ସବୁ ମଧ୍ୟରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ। ଓଡ଼ିଶାରେ ଥିବା ପ୍ରମୁଖ ବିଶ୍ୱବିଦ୍ୟାଳୟ ଉତ୍କଳ, ରେଭେନ୍ସା ଓ ବ୍ରହ୍ମପୁର ଆଦିରେ ସମାନ ତାରିଖରେ ବିଭିନ୍ନ ବିଭାଗର ପ୍ରବେଶିକା ପରୀକ୍ଷା ରହିଛି। ବହୁ ଦୂର ଦୁରାନ୍ତ ରୁ ଆସୁଥିବା ଛାତ୍ର,ଛାତ୍ରୀ ମାନେ ପରୀକ୍ଷା ଦେବାକୁ ଆସୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହାସହ  ୟୁନିଭରସିଟି ଲ କଲେଜ ଏବଂ କଟକ ସ୍ଥିତ ମଧୂସୁଦନ ଲ କଲେଜର ପ୍ରବେଶିକା ପରୀକ୍ଷା ଗୋଟାଏ ଦିନରେ ହେଉଥିବାରୁ ଏକକ ପ୍ରବେଶିକା ପରୀକ୍ଷା କିମ୍ବା ତାରିଖ ବଦଳାଇବା ପାଇଁ ଦାବି କରିଛି ABVP। ତେଣୁ ଏହି ଗୁରୁତର ସମସ୍ୟାର ସମାଧାନ ନିମନ୍ତେ ABVP ଉତ୍କଳ ବିଶ୍ଵବିଦ୍ୟାଳୟ ଶାଖା ତରଫରୁ ସ୍ମାତକତ୍ତୋର ପ୍ରବେଶିକା ପରୀକ୍ଷାର ତାରିଖ ପରିବର୍ତ୍ତନ ପାଇଁ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି।

Comments are closed.