Odisha Link
Bridging the Missing Links in Odisha

ନଦୀରେ ବୁଡ଼ି ଯୁବକ ମୃତ

କାମାକ୍ଷାନଗର : ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ରାମିଆଳ ନଦୀରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବକ ତାଙ୍କ ନିଜର କିଛି ସାଙ୍ଗ ସହ ନଦୀକୂଳକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ରନ୍ଧା ହେଉଥିବା ସମୟରେ ସେ ନଦୀକୁ ଗାଧୋଇବାକୁ ଯାଇଥିଲେ। ଯୁବକ ଜଣଙ୍କ ଅଧିକ ପାଣି ଭିତରକୁ ଯାଇଥିବାରୁ ବୁଡି ଯାଇଥିଲେ। ସେଠାରେ ଥିବା ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.