Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଲାଗିଲା ଜୟ-ବିଜୟ ମୂର୍ତ୍ତି

ପୁରୀ: ବାତ୍ୟା ଫନିର ତାଣ୍ଡବରେ ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। କିନ୍ତୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର କାରଣ ଶ୍ରୀମନ୍ଦିର ସିଂହଦ୍ବାରର ଜୟ ବିଜୟ ମୂର୍ତ୍ତି ପୂର୍ବପରି ଶ୍ରୀମନ୍ଦିରର ପୂର୍ବ ଦ୍ବାରରେ ସ୍ଥାପିତ ହୋଇଛି। ମନ୍ଦିର ପ୍ରଶାସନ କହିଥିବା ମୁତାବିକ ଦେବ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମୂର୍ତ୍ତୀ ସ୍ଥାପନ କରାଯାଇଛି।ଏହି ଜୟ-ବିଜୟ ମୂର୍ତ୍ତୀ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଶିଳ୍ପୀଗ୍ରାମ ଶୁଖୁଆପଡାର ବିଶିଷ୍ଟ ଶିଳ୍ପୀ ନିର୍ମଳ ମହାରଣା ଅତି ନିଖୁଣ ଭାବେ ମୂର୍ତ୍ତିଦ୍ବୟକୁ ନିର୍ମାଣ କରିଛନ୍ତି। ସେଠାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଶ୍ରୀମନ୍ଦିର ସିଂହଦ୍ବାରରେ ଦୁଇ ମୂର୍ତ୍ତିକୁ ସ୍ଥ‌ାପନ କରାଯାଇଛି। ପ୍ରଶାସନର ଏଭଳି କାର୍ଯ୍ୟକୁ ଜଗନ୍ନାଥପ୍ରେମୀ ସ୍ବାଗତ କରିଛନ୍ତି।

Comments are closed.