Odisha Link
Bridging the Missing Links in Odisha

ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ : ଗୁଳି ଶବ୍ଦ ଶୁଣି ଏକାଠି ହୋଇଗଲେ ଗାଁ ଲୋକେ

ଭଦ୍ରକ : ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଂଜ ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ଜଣେ ବ୍ୟବସାୟୀ ଘରକୁ ଫେରୁଥିବା ବଳେ ଲୁଟେରା ଜଣକ ପିଛା କରିଥିଲେ । ରାହାଂଜ ଗାଁ ମୁଣ୍ଡରେ ଫାୟାରିଙ୍ଗ କରିଥିଲା ।ଗୁଳିର ଶବ୍ଦ ଶୁଣି ସେଠାରେ ଗାଁ ଲୋକେ ଆସି ରୁଣ୍ଡ ହୋଇଯାଇଥିଲେ ।

ଫଳରେ ଲୁଟେରା ନିଜ ବାଇକ ଆଉ ବନ୍ଧୁକ ଛାଡି ଫେରାରହୋଇଯାଇଥିଲା । ପୋଲିସ ଗତକାଲି ରାତିରେ ବାଇକକୁ ଜବତ କରିଥିଲା । ଆଜି ସକାଳେ ଗାଁ ଲୋକେ ପୋଖରୀରୁ ବନ୍ଧୁକ ପାଇ ପୋଲିସକୁ ଜିମା ଦେଇଛନ୍ତି। ଦୁଇ ରାଉଣ୍ଡ ଫୁଟିଥିବା ଗୁଳିର ଖୋକା ସହ ଏକ ଜୀବନ୍ତ ଗୁଳି ମଧ୍ୟ ପୋଲିସ ଜବତ କରିଛି । ଲୁଟେରାକୁ ଧରିବା ପାଇଁ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

Comments are closed.