Odisha Link
Bridging the Missing Links in Odisha

‘ସାହୋ’ର ଟିଜର ଦେଖି ପ୍ରଭାସଙ୍କ ଫ୍ୟାନ୍ କଣ କଲେ ଜାଣନ୍ତୁ

ମୁମ୍ବାଇ :  ପୁରା ଭାରତବର୍ଷରେ ବାହୁବଳୀ ନାମରେ ଜଣାଯାଉଥିବା ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ଟିଜର ଇତି ମଧ୍ୟରେ ମୁକ୍ତିଲାଭ କରିଛି । ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବାକୁ ଯାଉଥିବା ଏଇ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ପ୍ରଭାସ, ଶ୍ରଦ୍ଧା କପୁର ଓ ନିଲ ନିତିନ ମୁକେଶକୁ ଦର୍ଶକ ଦେଖିବାକୁ ପାଇବେ । ଏକ ଲମ୍ବା ବ୍ୟବଧାନ ପରେ ସେ ପରଦା ଉପରକୁ ଆସଥିବାରୁ ପ୍ରଶଂସକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ନିକଟରେ ମୁମ୍ବାଇର ଏକ ସିନେମା ହଲରେ କୌଣସି ଏକ ଚଳଚ୍ଚିତ୍ରର ବିରତି ସମୟରେ ‘ସାହୋ’ ଚଳଚ୍ଚିତ୍ରର ଟିଜର ପ୍ରଦର୍ଶିତ ହେଲା । ପ୍ରଭାସଙ୍କ ପ୍ରଶଂସକଙ୍କ ଏତେ ଖୁସି ହୋଇଗଲେ ଯେ ଚେୟାରରୁ ଉଠି ପୁରା ହଲରେ କିଛି ସମୟ ପାଇଁ ନୃତ୍ୟ କରିଥିଲେ । ଚଳଚ୍ଚିତ୍ରର ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଇନଷ୍ଟାଗ୍ରାମରେ ଏଇ ଭିଡିଓ ଅପଲୋଡ଼ କରିଛନ୍ତି।

Comments are closed.