Odisha Link
Bridging the Missing Links in Odisha

ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ଜଣାଯାଇଛି ।  ସହିଦ ଓଡ଼ିଆ ଯବାନ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଡ଼ସୁଆଁଳ ଗ୍ରାମର ଅଜିତ ସାହୁ ।  ଗତକାଲି ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ଅଜିତ ସହିଦ ହୋଇଥିଲେ ।  ଅଜିତଙ୍କ ସହିଦ ହେବା ନେଇ ମଙ୍ଗଳବାର ତାଙ୍କ ଘରକୁ ଫୋନ ଆସିଥିଲା ।

ପୁଲୱାମା ଅରିହଲ ଅଂଚଳରେ ଗତକାଲି ସନ୍ଧ୍ୟାରେ ଆତଙ୍କାବାଦୀମାନେ ସେନା ଗାଡ଼ି ଉପରକୁ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ ଅଜିତ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ତାଙ୍କ ସହିଦ ସମ୍ପର୍କ ଖବର ନେଇ ଆଜି ସକାଳେ ଆର୍ମି କ୍ୟାମ୍ପରୁ ଫୋନ୍‌ ଆସିଥିଲା । ଆଜି ରାତିରେ ତାଙ୍କ ପାର୍ଥିବ ଶରୀର ଓଡ଼ିଶାରେ ପହଁଚିବ ବୋଲି ଜଣାପଡ଼ିଛି । ଏଥିରେ ଗୁରୁତର ଥିବା ଅନ୍ୟ ଦୁଇ ଜଣ ଯବାନ ଏବେବି ଚିକିତ୍ସାଧୀନ ଅଛନ୍ତି ।

ବଡ଼ ସୁଆଁଳ ଗ୍ରାମର ସନ୍ତୋଷ ସାହୁଙ୍କ ପୁଅ ହେଉଛନ୍ତି ଅଜିତ ସାହୁ । ସେ ୨୦୧୫ରେ ସେନାରେ ଯୋଗ ଦେଇଥିଲେ । ଗତ କିଛି ଦିନ ତଳେ ସେ ଘରକୁ ଛୁଟି କଟାଇବାକୁ ଆସିଥିଲେ । ଜାମ୍ମୁ କାଶ୍ମୀର ୧୯ ରେଜିମେଣ୍ଟରେ ତାଙ୍କର ନୂଆକରି ପୋଷ୍ଟିଂ ହୋଇଥିଲା । ଖବର ପାଇବା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।

Comments are closed.