Odisha Link
Bridging the Missing Links in Odisha

ରିଲିଜ୍‌ ହେଲା କବୀର୍‌ ସିଂହ

ମୁମ୍ବାଇ : ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍‌ ସିଂହ’ ରିଲିଜ୍‌ ହୋଇସାରିଛି । ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ରିଲିଜ୍‌ ହେବା ଦିନ ହିଁ ଦର୍ଶକ ଭଲ ପ୍ରତିକ୍ରିୟା ଦେଇଥିଲେ । ପ୍ରେମ, ବିଚ୍ଛେଦ ଏବଂ ବର୍‌ବାଦ୍‌କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ସାହିଦ୍‌ କପୁର୍‌ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି । ସୋଶାଲ୍‌ ମିଡିଆରେ ଏହି ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବା ସହ ବକ୍ସ ଅଫିସ୍‌ରେ ଏହା ଭଲ ଆୟ କରିବ ବୋଲି ଆଶା କରାଯାଉଛି। ଏହି ଫିଲ୍ମକୁ ନେଇ ସାହିଦ୍‌ କପୁର୍‌ଙ୍କ ପତ୍ନୀ ମିରା କପୁର୍‌ ସାହିଦ୍‌ଙ୍କ ଖୁବ୍‌ ପ୍ରଶଂସା କରିଥିବା ବେଳେ ଇନଣ୍ଟାଗ୍ରାମ୍‌ରେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।
ଫିଲ୍ମରେ ସାହିଦ ମାନେ କବୀର୍‌ ସିଂହ ଆଇଆଇଏମ୍‌ରେ ପଢ଼ୁଛନ୍ତି । ସେ ଭଲ ପାଠ ପଢ଼ିବା ସହ ସବୁ ବିଷୟରେ ମଧ୍ୟ ପାରଙ୍ଗମ । ଏମିତିକି ସେ ତାଙ୍କ କଲେଜ୍‌ର ଫୁଟ୍‌ବଲ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ମଧ୍ୟ। କିନ୍ତୁ କବୀର୍‌ଙ୍କ ଗୋଟେ ଗୁଣ ଖରାପ। ଆଉ ସେଟା ହେଲ ସେ ବହୁତ ଶୀଘ୍ର ରାଗି ଯାଆନ୍ତି। ଏତେ ରାଗି ଯାଆନ୍ତି ଯେ, କାହାକୁ ମାରିବାକୁ ମଧ୍ୟ ପଛାନ୍ତି ନାହିଁ। ଏହି ସମୟରେ ତାଙ୍କ ଜୀବନରେ ପ୍ରୀତି ଆସନ୍ତି। ତାଙ୍କର ସାଧାସିଧା ଜୀବନ କବୀର୍‌ଙ୍କୁ ବହୁତ ପସନ୍ଦ ଆସେ। କିନ୍ତୁ କିଛି କାରଣ ପାଇଁ ଦୁହେଁ ଅଲଗା ହୋଇ ଯାଆନ୍ତି। ଏହା ପରେ କବୀର୍‌ ବର୍‌ବାଦ୍‌ ହେବା ରାସ୍ତାରେ ଚାଲନ୍ତି। ମଦ ପିଅନ୍ତି ଏବଂ ଏଣେ ତେଣେ ବୁଲନ୍ତି। କିନ୍ତୁ ପ୍ରୀତି ତାଙ୍କ ମନରୁ ଯାଏ ନାହିଁ। ଏହାପରେ ଫିଲ୍ମଟି କେଉଁ ଆଡେ ଗତି କରୁଛି ତାକୁ ଦେଖିବାକୁ ହେଲେ ଆପଣଙ୍କୁ ହଲ୍‌କୁ ଯିବାକୁ ହେବ ନିଶ୍ଚୟ।
ଫିଲ୍ମରେ ସାହିଦ୍‌ ଏବଂ କିଆରାଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହାର ଗୀତ ଗୁଡ଼ିକ ମଧ୍ୟ ବହୁତ ଭଲ ହୋଇଛି। ତେଲୁଗୁ ବ୍ଲକ୍‌ ବଷ୍ଟର୍‌ ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ୍‌ ହେଉଛି କବୀର୍‌ ସିଂହ। ସନ୍ଦିପ୍‌ ରେଡ୍ଡି ଭାଙ୍ଗା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ବେଳେ ବଲିଉଡ୍‌ର ଲୋକପ୍ରିୟ ଗାୟକ ଅର୍ମାନ ମଲିକ୍‌ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି।

Comments are closed.