Odisha Link
Bridging the Missing Links in Odisha

ପତ୍ନୀ ଓ ୩ ଶିଶୁଙ୍କୁ ଗଳା କାଟି ହତ୍ୟା କଲା ଶିକ୍ଷକ

ନୂଆଦିଲ୍ଲୀ : ଦିଲ୍ଲୀରୁ ଏକ ରୁମ ଅଭାବନୀୟ ଘଟଣା ଘଟିଛି । ଦିଲ୍ଲୀ ମହାରୌଲି ଅଞ୍ଚଳ ୱାର୍ଡ ୨ରେ ଜଣେ ବ୍ୟକ୍ତି ନିଜ ୩ ଶିଶୁ ଏବଂ ପତ୍ନୀକୁ ହତ୍ୟା କରିଛି । ଅଭିଯୁକ୍ତ ବାପା ପ୍ରଥମେ ଛୁରୀରେ ଆକ୍ରମଣ କରି ତାପରେ ଶିଶୁଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଛି । ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ହତ୍ୟା କରିସାରିବା ପରେ ଏକ ନୋଟ ଲେଖିଥିଲେ । ସେ ୪ଜଣଙ୍କୁ ହତ୍ୟା କରିଥିବା ଏହି ନୋଟରେ ଲେଖିଛି ଏବଂ ନିଜ ଦୋଷ ସ୍ୱୀକାର କରିଛି । ଅଭିଯୁକ୍ତ ଜଣକ ପେସାରେ ଜଣେ ଶିକ୍ଷକ । ସେ ପିଲାଙ୍କୁ ଟିଉସନ ମଧ୍ୟ କରିଥିଲା । ହତ୍ୟା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।
ତେବେ ଅଭିଯୁକ୍ତ ଏଭଳି ପଦକ୍ଷେପ କାହିଁକି ନେଲା ଓ କାହିଁକି ନିଜ ପତ୍ନୀ ଓ ପିଲାଙ୍କୁ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଭିଯୁକ୍ତର ଦୁଇଟି ଝିଅ ଓ ଗୋଟିଏ ପୁଅ । ବଡ ଝିଅର ବୟସ ୭ ବର୍ଷ, ପୁଅର ବୟସ ୫ବର୍ଷ ଓ ସାନ ଝିଅ ମାତ୍ର ଦେଢ଼ ମାସର । ଅଭିଯୁକ୍ତ ହତ୍ୟାକାରୀ ହେଲା ଉପେନ୍ଦ୍ର ଶୁକ୍ଳା । ଗତକାଲି ବିଳମ୍ବିତ ରାତି, ପାଖାପାଖି ସାଢେ ଗୋଟେ ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ପୋଲିସ ଅଭିଯୁକ୍ତ ଉପେନ୍ଦ୍ରକୁ ଗିରଫ କରି ପଚରାଉଚୁରା କରୁଛି । ତେବେ ସେ ମାନସିକ ଅବସାଦଗ୍ରସ୍ତ ହୋଇ ଏହିଭଳି କରିଥିବା କହିଛି । ଯେଉଁଗଛରେ ହତ୍ୟାକାଣ୍ଡ ଘଟିଛି ସେଠାରେ ଅଭିଯୁକ୍ତର ଶାଶୁ ମଧ୍ୟ ରହୁଥିଲେ । ଉପେନ୍ଦ୍ର ସକାଳ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ସେ ପଡୋଶୀଙ୍କୁ ଖବର ଦେଇଥିଲେ । ଏହାପରେ ପଡୋଶୀ ୧୦୦ କୁ ଫୋନ କରି ସୂଚନା ଦେଇଥିଲେ । ସୂଚନାପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପହଂଚି କବାଟ ଖୋଲି ଦେଖିଥିଲା ଉପେନ୍ଦ୍ର ନିଜ ପତ୍ନୀ ଓ ୩ ଶିଶୁଙ୍କୁ ହତ୍ୟା କରିଛି । ଶବ ନିକଟରୁ ଦୁଇଟି ନୋଟ ଜବତ କରିଥିଲା ପୋଲିସ । ଗୋଟିଏରେ ହିନ୍ଦୀରେ ଓ ଅନ୍ୟଟିରେ ଇଂଲିଶରେ ଲେଖା ହୋଇଥିଲା । ନୋଟରେ ଲେଖା ହୋଇଥିଲା ଯେ, ସମସ୍ତ ହତ୍ୟା ସେ ନିଜେ କରିଛି ।
ସୂଚନା ଅନୁସାରେ, ଉପେନ୍ଦ୍ରର ପତ୍ନୀଙ୍କୁ ଡାଏବେଟିସ ଥିଲା । ତାଙ୍କର ଆର୍ଥିକ ସମସ୍ୟା ମଧ୍ୟ ରହିଥିଲା । ତେବେ ଆର୍ଥିକ ସମସ୍ୟା ପାଇଁ ସେ ପତ୍ନୀ ଓ ପିଲାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Comments are closed.