Odisha Link
Bridging the Missing Links in Odisha

ବିଜେପିରେ ମିଶିଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟ ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି । ବିଜେପି ରାଜ୍ୟ ସାଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଛନ୍ତି । ବିଜେପି ଅଶ୍ବିନୀଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିଛି। ଅଶ୍ବିନୀଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରିଛି । ଅଶ୍ୱିନୀଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି । ଗତକାଲି ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଘୋଷଣ କରିଛି ବିଜେଡ଼ି ।
ପୂର୍ବରୁ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଭାରତୀୟ ଜନତା ପାର୍ଟି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା । ଫଳରେ ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ନିଜେ ନବୀନ ଚର୍ଚ୍ଚାର ଅବସାନ ଘଟାଇଥିଲେ । ଅଶ୍ୱିନୀଙ୍କୁ ତାଙ୍କ ଦଳ ସମର୍ଥନ କରିବ ବୋଲି ନବୀନ କହିଥିଲେ ।

Comments are closed.