Odisha Link
Bridging the Missing Links in Odisha

ବଦଳିଲା ସରକାରୀ ଅଫିସ ସମୟ: ଏଣିକି ଅଫିସ ୧୦ଟାରୁ ସାଢ଼େ ୫, ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି

ଭୁବନେଶ୍ୱର: ଆଜି ସରକାରୀ କର୍ମଚାରୀଙ୍କ ଅଫିସ ଯିବା ସମୟକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ପକ୍ଷରୁ ଶନିବାର ଜାରି ହୋଇଛି ଏକ ନିର୍ଦ୍ଦେଶ। ଏହି ନିର୍ଦ୍ଦେଶ ଅନୁସାରେ ଏଣିକି ସରକାରୀ କର୍ମଚାରୀମାନେ ଦିନ ୧୦ଟାରୁ ଅଫିସ ଯିବେ ଏବଂ ସନ୍ଧ୍ୟା ସାଢ଼େ ୫ଟାରେ ଅଫିସ୍‌ରୁ ଫେରିବେ। ଅଫିସ୍‌ ସମୟରେ ଅଧ ଘଣ୍ଟା କର୍ମଚାରୀ ଲଞ୍ଚ ପାଇଁ ଯାଇପାରିବେ। ଏହି ସମୟ ଅପରାହ୍ଣ ସାଢ଼େ ଗୋଟିଏରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରଖାଯାଇଛି। ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତି ମାସର ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରିଛନ୍ତି। ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଆଉ ଏକ ପାଦ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏଭଳି ଅଫିସ ସମୟ ଘୋଷଣା କରିଛନ୍ତି। ଏହି ନିୟମ ଖୁବ ଶୀଘ୍ର ଲାଗୁ ହେବ ବୋଲି ଜଣାପଡ଼ିଛି।

ପ୍ରଶାସନିକ କାର୍ଯ୍ୟରେ ୫-ଟି (ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ)କୁ କର୍ମଚାରୀମାନେ କିଭଳି ଉପଯୋଗ କରୁଛନ୍ତି ସେ ନେଇ ପ୍ରଶିକ୍ଷଣ ଶିବିର କିମ୍ବା ଆଲୋଚନାଚକ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସୂଚନା ରହିଛି। ସୂଚନାଥାଉକି, ବର୍ତ୍ତମାନ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଛୁଟି ରହୁଥିଲା । ସେହିପରି ସମସ୍ତ ସରକାରୀ ଅଫିସର ସମୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ରହିଥିଲା ଏବଂ ମଧ୍ୟାହ୍ନ ଭୋଜନ ପାଇଁ ୧ଘଣ୍ଟାର ସମୟ ମିଳୁଥିଲା।

Comments are closed.