Odisha Link
Bridging the Missing Links in Odisha

ଫନି ବାତ୍ୟାରେ ନଷ୍ଟ ହୋଇଥବା ସବୁଜିମାକୁ ଫେରାଇ ଆଣିବାକୁ ପ୍ରୟାସ କଲେ କିନ୍ନର ସମାଜ

ଭୁବନେଶ୍ୱର : ରାଜ୍ୟର କିନ୍ନର ସମାଜ ବାତ୍ୟା ଫନିରେ କ୍ଷୟକ୍ଷତି ହୋଇଯାଇଥିବା ସବୁଜିମାକୁ ପୁନଃ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି । ଶୁକ୍ରବାର ଭୁବନେଶ୍ୱରର କିନ୍ନରମାନେ ଦେବୀ ମା’ଙ୍କ ପୂଜା କରିବା ପରେ ବୃକ୍ଷରୋପଣ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଫନି ବାତ୍ୟାରେ ଲକ୍ଷାଧିକ ଗଛ ଉପୁଡ଼ି ନଷ୍ଟ ହୋଇଯିବା ପରେ ପରିବେଶକୁ ପୁଣି ସବୁଜିମାରେ ଭରିଦେବା ପାଇଁ ଅନେକ ସରକାରୀ ଓ ବେସରକାରୀ ସଙ୍ଗଠନ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ କରୁଛନ୍ତି। ତେଣୁ ପରିବେଶ ପ୍ରତି ଚିନ୍ତା ବ୍ୟକ୍ତ କରି କିନ୍ନର ସମାଜ ଏବେ ପ୍ରତ୍ୟେକ ପର୍ବ କିମ୍ବା ଖୁସି ଅବସରରେ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସୁଇଟି କିନ୍ନର ଓ ପ୍ରତାପ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିନ୍ନରମାନେ ବୃକ୍ଷରୋପଣ କରିବା ସହିତ ତାହାର ଯତ୍ନ ଏବଂ ସଂରକ୍ଷଣ କରିବାର ସଙ୍କଳ୍ପ ମଧ୍ୟ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରିୟା, ସୋନମ, ମେନକା, ରମା, କମଳା, ଚନ୍ଦା, ତନିସ, ଜୁଲି, ଗୁଡୁଲି, ଶ୍ରୀଦେବୀ ଓ ଖୁସି ପ୍ରମୁଖ କିନ୍ନରମାନେ ସାମିଲ ହୋଇଥିଲେ।

Comments are closed.