Odisha Link
Bridging the Missing Links in Odisha

ଦୟା ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର : ଆଜି ସକାଳୁ ଦୟାନଦୀର ବେଣାବିଲ ନିକଟକୁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିବା ବେଳେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ତେବେ ସେମାନେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।
ସୂଚନା ଅନୁସାରେ, ବରପଦା ଗାଁର ରଘୁନାଥ ବେହେରା ଗତ ଶନିବାର ଦିନ ଗାଈ ନେଇ ଚରାଇବାକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟାରେ ଗାଈ ଘରକୁ ଫେରିଥିଲେ ମଧ୍ୟ ରଘୁନାଥ ଘରକୁ ଫେରିନଥିଲେ । ଘର ଲୋକ ରଘୁନାଥଙ୍କୁ ବହୁ ଖୋଜା ଖୋଜି କରିବା ପରେ ପାଇନଥିଲେ । ରଘୁନାଥଙ୍କୁ ନପାଇବାରୁ ପରିବାରଲୋକ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ଓଡ୍ରାଫ୍ ଟିମ୍ ମଧ୍ୟ ଖୋଜାଖୋଜି କରି ପାଇନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ମିଳିବା ପରେ ପରିବାର ଲୋକଙ୍କୁ ସ୍ଥାନୀୟ ଲୋକ ମାନେ ଯୋଗା ଯୋଗ କରିଛନ୍ତି ।

Comments are closed.