Sun. Sep 15th, 2019

Odisha Link

bridging the missing links in odisha

ଏଥର ରଥଯାତ୍ରାରେ ପରଦାକୁ ଆସିବ ‘ଅଭିମାନ’

1 min read
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର : ଦିର୍ଘ ତିନି ବର୍ଷର ବ୍ୟବଧାନ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ଅବସରରେ ପୁଣିଥରେ ସବ୍ୟସାଚୀ ଅର୍ଚ୍ଚିତାଙ୍କ ଯୋଡି ପରଦାରେ ନଜରକୁ ଆସିବ। ସିଦ୍ଧାର୍ଥ ମ୍ୟୁଜିକର ୨୬ ତମ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଏମାନେ ଓଲିଉଡ଼କୁ ଫେରୁଛନ୍ତି। ‘ଅଭିମାନ’ ମାଧ୍ୟମରେ ସିର୍ଦ୍ଧାର୍ଥ ମ୍ୟୁଜିକ୍ ତାର ଦର୍ଶକମାନଙ୍କ ପାଇଁ ରଥ ଯାତ୍ରା ଭେଟି ଦେବାକୁ ଯାଉଛି। ସିତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରରେ ପ୍ରଯୋଜନାର ଭାର ବହନ କରୁଛନ୍ତି ମୃତ୍ୟୁଞ୍ଜୟ ସାହୁ। ସେହିଭଳି ବିକାଶ ଦାସ ସିନେମାରେ ସଙ୍ଗିତ ନିର୍ଦେଶନା ଦେଉଥିବାବେଳେ ପୁଣି ଥରେ ଦର୍ଶକମାନଙ୍କୁ ନମିତା ଅଗ୍ରୱାଲଙ୍କ କଣ୍ଠ ମୋହିବାକୁ ଯାଉଛି।
ଏହା ପୂର୍ବରୁ ସିଦ୍ଧାର୍ଥ ମ୍ୟୁଜିକର ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ସବ୍ୟସାଚୀ-ଅର୍ଚ୍ଚିତା ଅଭିନୟ କରିଛନ୍ତି। ଯାହା ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି। ସେଥି ମଧ୍ୟରୁ ପାଗଳ କରିଛି ପାଉଁଞ୍ଜି ତୋର, ମୁଁ ଏକା ତୁମର, ସ୍ମାଇଲ୍ ପ୍ଲିଜ୍, ପିଲାଟା ବିଗିଡିଗଲା, ବାଇ ବାଇ ଦୁବାଇ ।