Odisha Link
Bridging the Missing Links in Odisha

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କେନ୍ଦୁଝର : ଆନନ୍ଦପୁରର ଘସିପୁରା ଥାନା ଅନ୍ତର୍ଗତ ଅଧୀନ ବାରିଗାଁରେ ବୁଧବାର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହାଣି ଗୁରୁତର ଆହତ କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଆହତ ପତ୍ନୀ ହେଉଛନ୍ତି ୫୦ ବର୍ଷୀୟ ମଞ୍ଜୁଲତା। ପାରିବାରିକ କଳହକୁ କେନ୍ଦ୍ର କରି ପାହାନ୍ତା ପ୍ରାୟ ୩ଟା ବେଳେ ସ୍ୱାମୀ ନବଘନ ସାହୁ ତାଙ୍କୁ ହାଣି ପକାଇଥିଲେ। ଚିକିତ୍ସା ପାଇଁ ମଞ୍ଜୁଲତାଙ୍କୁ ପୁଅମାନେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଛି। ଖବର ପାଇ ପୁଲିସ ଅନୁସନ୍ଧାନ ପାଇଁ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚିଥିଲା।
ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଥିଲା। କିନ୍ତୁ, ପରେ ତାଙ୍କୁ କେତେକ ଲୋକେ ଗାଁ’ ନିକଟସ୍ଥ ପଳାଶ ବଣରେ ପଡ଼ିଥିବା ଦେଖିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ଘୋଷଣା କରିଥିଲେ।

Comments are closed.