Odisha Link
Bridging the Missing Links in Odisha

ଭାରତ ବିପକ୍ଷ ମ୍ୟାଚରେ ସ୍ବତନ୍ତ୍ର ରଣନୀତି ସହ ପଡ଼ିଆକୁ ଓହ୍ଲାଇବୁ: ସକିବ୍‌ ଅଲ ହାସନ

ଲଣ୍ଡନ: ବାଲାଂଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଲାଂଦେଶ ୬୨ ରନ୍‌ରେ ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ବାଲାଂଦେଶ ଟିମ୍‌ କ୍ରିକେଟ ମହାକୁମ୍ଭର ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଅଗ୍ରସର ହେଉଛି। ବାଲାଂଦେଶର ଆଗାମୀ ମୁକାବିଲା ଟିମ୍‌ ଇଣ୍ଡିଆ ସହ ଅଛି। ତେଣୁ ବାଲାଂଦେଶ ଟିମ୍‌ ଇଣ୍ଡିଆକୁ ହରାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରିବ। ସେପଟେ ବାଲାଂଦେଶର ଷ୍ଟାର ଖେଳାଳି ସକିବ ଅଲ୍‌ ହାସନ ଟିମ୍‌ ଇଣ୍ଡିଆ ବିପକ୍ଷ ମ୍ୟାଚ ପୂର୍ବରୁ କହିଛନ୍ତି ଯେ, ଭାରତ ବିପକ୍ଷ ମ୍ୟାଚରେ ବାଲାଂଦେଶ ଟିମ୍‌ ପୁରା ରଣନୀତି ସହ ପଡ଼ିଆକୁ ଓହ୍ଲାଇବ। ଏବଂ ଆମ ଟିମ୍‌ ତାର ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଦେବ ବୋଲି କହିଛନ୍ତି।

ଏହା ସହ ସକିବ ଅଲ ହାସନ୍‌ କହିଛନ୍ତି ଯେ, ଟିମ୍‌ ଇଣ୍ଡିଆ ଏକ ଶକ୍ତିଶାଳୀ ଟିମ୍‌। ବିଶ୍ବକପ୍‌ ହାତେଇବା ପାଇଁ ଭଲ ଖେଳ ପ୍ରଦର୍ଶନ କରିଆସୁଛି। ଏଥିପାଇଁ ଆମକୁ ମ୍ୟାଚ ଜିତିବାକୁ ସହଜ ହେବ ନାହିଁ କିନ୍ତୁ ଆମ ଦଳ ଭାରତ ବିପକ୍ଷରେ ତାର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବ ବୋଲି କହିଛନ୍ତି ସକିବ। ଅନୁଭବ ଆମକୁ ସାହାର୍ଯ୍ୟ କରିବ କେବଳ ଅନୁଭବ ଥିଲେ କିଛି ଲାଭ ନାଇଁ ସେଥିପାଇଁ ଦଳକୁ ଉନ୍ନତ ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଥିସହିତ ଭାରତୀୟ ଦଳରେ ସମସ୍ତେ ବିଶ୍ବସନୀୟ ଖେଳାଳି ସାମିଲ ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ମ୍ୟାଚକୁ ନିଜ ପକ୍ଷକୁ ନେବା ପାଇଁ ଭାରତୀୟ ଖେଳାଳି ସର୍ବଦା ପ୍ରସ୍ତୁତ। ମୁଁ ଯେମିତି କହିଲି ଭାରତ ବିପକ୍ଷ ମ୍ୟାଚରେ ଆମ ଦଳ ଭଲ ଖେଳ ପ୍ରଦର୍ଶନ କରିବ ଏବଂ ମୋର ବିଶ୍ବାସ ଆମ ଦଳ ଏକ ସକ୍ଷମ ଓ ସନ୍ତୁଳିତ ଦଳ ବୋଲି କହିଛନ୍ତି ଏହି ଷ୍ଟାର ଖେଳାଳି।

Comments are closed.