Odisha Link
Bridging the Missing Links in Odisha

ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ବିରାଟ ୨୦ ହଜାର ରନ୍‌ କ୍ଲବରେ ସାମିଲ

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଗୋଟିଏ ପରେ ଗୋଟିଏ ବିଶ୍ବ ରେକର୍ଡ଼ ଭାଙ୍ଗୁଛନ୍ତି। ଯେମିତି ବିରାଟଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ବିରାଟ୍ ଆଉ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ବିରାଟ୍ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୨୦ହଜାର ପୂରଣ କରିଛନ୍ତି।

ବିରାଟ୍ ବିଶ୍ୱର ଦ୍ରୁତ ବ୍ୟାଟ୍ସମ୍ୟାନ୍ ଭାବେ ମାତ୍ର ୪୧୭ ଇନିଂସ୍ (ଟେଷ୍ଟରେ ୧୩୧ ଇନିଂସ୍, ଦିନିକିଆରେ ୨୨୪ ଇନିଂସ୍ ଏବଂ ଟି-୨୦ରେ ୬୨ ଇନିଂସ୍)ରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ମାମଲାରେ ସେ ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପଛରେ ପକାଇଛନ୍ତି। ଉଭୟ ସଚିନ ଓ ଲାରା ୪୫୩ ଇନିଂସରେ ୨୦ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଥିଲେ। ସେହିପରି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ୪୬୮ ଇନିଂସରେ ୨୦ହଜାର ରନ୍ ପୂରଣ କରିଥିଲେ। ଏହି ରେକର୍ଡ ହାସଲ କରିବା ପାଇଁ ବିରାଟଙ୍କୁ ୩୭ ରନ୍ ଆବଶ୍ୟକ ହେଉଥିଲା। ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ବ୍ୟକ୍ତିଗତ ୩୭ ରନ୍ କରିଥିବା ବିରାଟ ଏହି ବଡ଼ ରେକର୍ଡ ନିଜ ନାମରେ କରିଥିଲେ। ଏହାଛଡ଼ା ବିରାଟ ଭାରତର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ହଜାର ରନ୍ ପୂରଣ କରିଛନ୍ତି। ବିରାଟଙ୍କ ଆଗରେ କେବଳ ସଚିନ ତେନ୍ଦୁଲକର ଓ ରାହୁଲ୍ ଡ୍ରାଭିଡ୍ ଅଛନ୍ତି । ବିରାଟ ୫୦ରନ୍‌ କରି କ୍ରିଜରେ ଅଛନ୍ତି। କେଦାର ଯାଦବ ୭ରନ୍‌ କରି ଆଉଟ ହୋଇଯାଇଛନ୍ତି।

Comments are closed.