Odisha Link
Bridging the Missing Links in Odisha

ମୋଦି-ଟ୍ରମ୍ପ ଦ୍ବିପାକ୍ଷିକ ବୈଠକର ୮ଟି ବଡ଼ କଥା

ଓସାକା: G-20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଜାପାନ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଏହି ଦ୍ବିପାକ୍ଷିକ ଆଲୋଚନାରେ ମୁଖ୍ୟତଃ ୪ଟି ବିଷୟରେ ଆଲୋଚନା ହୋଇଛି। ୫-ଜି, ଇରାନ, ଦ୍ବିପାକ୍ଷିକ ସମ୍ବନ୍ଧ ଓ ସୁରକ୍ଷା ଏବଂ ବ୍ୟାପର ଉପରେ ମୁଖ୍ୟତଃ ଆଲୋଚନା ହୋଇଛି। ଏହି ଅବସରରେ ମିସାଇଲ ସିଷ୍ଟମ ଏସ୍‌ ୪୦୦ ସିଷ୍ଟମ ଉପରେ ଆଲୋଚନା ହୋଇନାହିଁ। ଏହା ପରେ ଏକ ଅନୌପଚାରିକ ବୈଠକରେ ଯୋଗ ଦେଇ ମୋଦି ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହେବା ପାଇଁ ଆହ୍ୱାନ କରିଛନ୍ତି। ଏହି ଅନୌପଚାରିକ ବୈଠକରେ ବ୍ରିକ୍ସ ଦେଶର ରାଷ୍ଟ୍ର ପ୍ରତିନିଧି ଯଥା ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ବ୍ରାଜିଲ ରାଷ୍ଟ୍ରପତି ବୋଲଶୋନାରୋ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋଶ୍ ଉପସ୍ଥିତ ଥିଲେ। ମୋଦି କହିଛନ୍ତି ଆତଙ୍କବାଦୀ ଖାଲି ନିରୀହ ଲୋକଙ୍କୁ ଟାର୍ଗେଟ କରନ୍ତି ନାହିଁ ସେମାନେ ସମଗ୍ର ମାନବ ସମାଜ ପାଇଁ କ୍ଷତିକାରକ। ଏହାକୁ ଦୃଢ଼ ହସ୍ତରେ ଦମନ କରିବାକୁ ହେବ  ଏଥିପାଇଁ ସମସ୍ତ ଦେଶକୁ ଏକ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ସୂଚନାଥାଉକି, G-20 ଶିଖର ସମ୍ମିଳନୀ ଅବସରରେ ଦୁନିଆର ୧୦ଟି ଦେଶର ନେତାଙ୍କ ସହ ମୋଦିଙ୍କ ସାକ୍ଷାତକାର ହୋଇପାରେ ବୋଲି ସୂଚନା ରହିଛି।

୮ ଟି ବଡ଼ କଥା:
୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତକାର କରିବା ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେ ଦୁହେଁ ଭଲ ସାଙ୍ଗ ହୋଇସାରିଲୁଣି। ମୁଁ ଆଶ୍ବସନା ଦେଉଛିକି ସେନା ସହିତ ଆମେ ମିଳିମିଶି           ଆହୁରି କିଛି କ୍ଷେତ୍ରରେ କାମ କରିବୁ। ଏଥି ସହିତ ଆମେ ବ୍ୟାପର ବିଷୟରେ ଆଲୋଚନା କରିଛୁ ବୋଲି ଟ୍ରମ୍ପ କହିଛନ୍ତି।
୨- ଗୁରୁବାର ଏକ ଟ୍ବିଟକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପକ୍ଷରୁ କୁହାଯାଇଥିଲା କି, ଭାରତ ଦ୍ବାରା ଲଗାଯାଇଥିବା ଟ୍ୟାରିଫ‌୍‌ ଗ୍ରହଣ ଯୋଗ୍ୟ ନୁହେଁ। ଏବଂ ଏହାକୁ ଫେରାଇ ନେବା ପାଇଁ ଦାବି                  ହୋଇଥିଲା। ଏହି ପରିପ୍ରେକ୍ଷୀରେ ଟ୍ରମ୍ପ କହିଛନ୍ତି ଯେ ଏହି ବିଷୟରେ ଆମେ ଆଲୋଚନା କରିବୁ ।
୩- ସରକାରୀ ସୁତ୍ର ଆଧାରରେ, କୁହାଯାଇଛିକି ଭାରତ ପକ୍ଷରୁ ଲାଗିଥିବା ଟ୍ୟାରିଫ୍‌ ବେଶି ନୁହେଁ ଯେତିକି ଅନ୍ୟ ବିକାଶଶୀଳ ଦେଶରେ ଲାଗିଛି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ବ୍ୟାପର       ଚୁକ୍ତି ରାଷ୍ଟ୍ରୀୟ ହିତ ଉପରେ ବୋଝ ହେବାକୁ ଦେବୁ ନାହିଁ।
୪- ମୋଦି-ଟ୍ରମ୍ପଙ୍କ ସାକ୍ଷାତକାରରେ ଉଭୟେ ଏସ୍‌ ୪୦୦ ଏୟାର ଡିଫେଣ୍ଡସ୍‌ ସିଷ୍ଟମ ଉପରେ ଆଲୋଚନା କରିନଥିଲେ।
୫- ଏହି ସାକ୍ଷାତକାରରେ ଟ୍ରମ୍ପ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏବଂ ଆପଣ ପ୍ରଧାନମନ୍ତ୍ରୀ ପଦ ପାଇଁ ସଠିକ୍‌ ପ୍ରାର୍ଥି ବୋଲି କହିଥିଲେ ଟ୍ରମ୍ପ। ଏହା ସହିତ ଆପଣ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବା             କାମ   କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।
୬- ଏହି ସାକ୍ଷାତକାର ପୂର୍ବରୁ ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏବଂ ଟ୍ରମ୍ପଙ୍କ ସହ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା।
୭- ଗୁରୁବାର ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ଦ୍ବିପାକ୍ଷିକ ବୈଠକରେ ଦୁଇ ଦେଶର ଦ୍ବିପାକ୍ଷିକ ଚୁକ୍ତି ବିଷୟରେ ଆଲୋଚନା ହୋଇଥିଲା।
୮- G-20 ଶିଖର ସମ୍ମିଳନୀରେ ୟୁରୋପିୟ ସଂଘ ସହିତ ୧୯ଟି ଦେଶ ଯୋଗ ଦେଇଛନ୍ତି।

Comments are closed.