Odisha Link
Bridging the Missing Links in Odisha

ନିଜ ପାଇଁ ନିଜେ ଲଢ଼ିଲେ ପାଟଣାଗଡ଼ ବିଧାୟକ

ଭୁବନେଶ୍ୱର : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଥିଲା। ତେବେ ଆନ୍ଦୋଳନ ଚାଲିଥିବା ଯୋଗୁ କୌଣସି ଓକିଲ ନଆସିବାରୁ ଭୁବନେଶ୍ୱର ସ୍ପେଶାଲ ଏଡିଜେ କୋର୍ଟରେ ସେ ନିଜ ପାଇଁ ନିଜେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ପ୍ରତିପକ୍ଷ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ପତ୍ନୀ ମଧ୍ୟ ନିଜ ପକ୍ଷ ରଖିଥିଲେ। ଉଭୟ ପକ୍ଷର ଶୁଣାଣି ଶେଷ ହୋଇଛି।
ତେବେ କୋର୍ଟ ଜୁଲାଇ ୫ରେ ପୁଣି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସେହିପରି ବିଧାୟକଙ୍କ ଚିକିତ୍ସା ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷଙ୍କ ଉପରେ ଛାଡ଼ିଛନ୍ତି କୋର୍ଟଜେଇଙ୍କୁ ଉଠବସ୍ ଘଟଣାରେ ଶ୍ରୀ ମେହେରଙ୍କୁ ଗିରଫ କରାଯାଇଥିଲା। ଗତ ରାତିରେ ତାଙ୍କୁ ପାଟଣାଗଡ଼ ଜେଲରୁ କଡ଼ା ସୁରକ୍ଷାରେ ଭୁବନେଶ୍ୱର ଅଣାଯାଇଥିଲା। ଜୁନ୍ ୪ ତାରିଖରେ ବଲାଙ୍ଗିର ବେଲପଡ଼ା ବ୍ଳକ ଗମ୍ଭାରୀ ଗାଁର ଏକ ନିମ୍ନମାନର ରାସ୍ତାକାମକୁ ନେଇ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବ ସମ୍ମୁଖରେ କାନ ଧରି ଉଠବସ୍ କରାଇଥିଲେ। ଏ ନେଇ ଯନ୍ତ୍ରୀଙ୍କ ପତ୍ନୀ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ଗତ ୨୪ ତାରିଖରେ ବିଧାୟକଙ୍କୁ ଗିରଫ କରିଥିଲା।

Comments are closed.