Odisha Link
Bridging the Missing Links in Odisha

ଡାକ୍ତରଖାନାର ସମ୍ବେଦନଶୀଳ ୟୁନିଟ୍‌କୁ ମୋବାଇଲ ମନା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନର୍ସଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ପରେ କଡ଼ା ପଦକ୍ଷେପ ନେଲେ ସିଡିଏମ୍ଓ । ସମ୍ବେଦନଶୀଳ ୟୁନିଟକୁ ମୋବାଇଲ ସଂପୂର୍ଣ୍ଣ ବାରଣ କରାଯାଇଛି ।
SNCU, ICU, ଅପରେସନ ଗୃହ, ଲେବର୍ ରୁମ୍ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ମନା କରାଯାଇଛି ମୋବାଇଲ। ଏହି ସବୁ ସ୍ଥାନକୁ କେହି ମୋବାଇଲ ନେଇପାରିବେ ନାହିଁ ରୋଗୀ ସେବାରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ।

Comments are closed.