Odisha Link
Bridging the Missing Links in Odisha

ତିନି ଗାଁକୁ ପଶିଲା ଜୁଆର ପାଣି

କୋଣାର୍କ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଅନ୍ତର୍ଗତ ଶିଶୁ ପଞ୍ଚାୟତର ଉଦୟକଣି ଠାରେ ସାମୁଦ୍ରିକ ଜୁଆର ପାଣି ପଶି ନିକଟସ୍ଥ ତିନୋଟି ଗାଁକୁ ଜଳମଗ୍ନ କରି ଦେଇଛି । ସାମୁଦ୍ରିକ ଲୁଣିପାଣି ମାଡ଼ିବା ଦ୍ୱାରା ଚାଷ ଜମିରେ ରବି ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି କରିଛି।
ସମୁଦ୍ରକୂଳରେ ଝାଉଁ ଜଙ୍ଗଲର ଅବକ୍ଷୟ ଯୋଗୁ ଗାଁ ଗଣ୍ଡାକୁ ସୁରକ୍ଷା ଦେଉଥିବା ବାଲି ସ୍ତୁପ ଧ୍ୱଂସ ପାଇବା ପରେ ଅନେକ ସମୟରେ ଶହେ ମିଟର ଓସାରରେ ସାମୁଦ୍ରିକ ଜୁଆର ପାଣି ଗାଁ ଗହୀରକୁ ମାଡି ଚାଷ ଜମିକୁ କ୍ଷତିଗ୍ରସ୍ତ କରୁଛି। ଆଗକୁ ଲଘୁଚାପ ଜନିତ ସାମୁଦ୍ରିକ ଜୁଆର ଆଖପାଖ ଉଦୟକଣି ସମେତ ଛେନୁ, କଟକଣା ଓ ତଣ୍ଡାହାର ପ୍ରଭୁତି ଗାଁ ଗୁଡିକ ପ୍ରତି ବିପଦ ସୃଷ୍ଟି କରିଛି।

Comments are closed.