Odisha Link
Bridging the Missing Links in Odisha

ବର୍ଷାରେ ବୁଡିଲା ଟ୍ବିନ୍ ସିଟ୍

ଭୁବନେଶ୍ବର : ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବେହାଲ ଟ୍ବିନ ସିଟି । ରାତି ତମାମ ଭୁବନେଶ୍ବରରେ ଝିପଝିପ ବର୍ଷା ଲାଗି ରହିଥିବା ବେଳେ ଏବେବି ବର୍ଷା ହେଉଛି । ଫ୍ଲାଏ ଓଭରରୁ ଠାରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ଛକ, ବସ୍ତି ଓ ଖାଲୁଆ ରାସ୍ତାରେ ପାଣି ଜମି ରହିଛି । ବିଶେଷ କରି ଫୋନି ବାତ୍ୟା ପରେ ନିଜ ଘର ସଜାଡି ପାରି ନଥିବା ବସ୍ତି ବାସିନ୍ଦା ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୁବନେଶ୍ବରର ଆଚାର୍ଯ୍ୟ ବିହାର, ଜୟଦେବ ବିହାର ରସୁଲଗଡ, ଫ୍ଲାଏଓଭର, ଜାଗମରା ନ୍ୟୁ ଏୟାର ପୋର୍ଟ ରୋଡ, ଜାଗମରା ମଲ୍ଲିକ କଂପ୍ଲେକ୍ସ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ଦେଖିବାକୁ ମିଳିଛି ।

ସେପଟେ କଟକରେ ଲଗାଣ ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟାରେ ସହରରେ ୫୪ ମିଲିମିଟର ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି ବସ୍ତି ଅଞ୍ଚଳରେ ରାସ୍ତା ଉପରେ ବର୍ଷା ପାଣି ଜମି ରହୁଛି । ଘରେ ଘରେ ପଶିଛି ନର୍ଦ୍ଦମା ପାଣି । କଟକର ରକ୍ସି ଗଳି,କାଜିବଜାର,ଫ୍ରଣ୍ଡସ୍ କଲୋନୀ,ନୂଆ ରାଉସା ପାଟଣାର ଅଧିକାଂଶ ଅଞ୍ଚଳରେ ଗତ ରାତିରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିଲା । କିନ୍ତୁ ଗତ ବର୍ଷା ତୁଳନାରେ ଚଳିତ ବର୍ଷାରେ ଜଳବନ୍ଦୀ ଅବସ୍ଥା ବେଶୀ ସମୟ ରହି ନାହିଁ । ଡ୍ରେନ୍ ଗୁଡିକୁ ଆଗରୁ କିଛି ପରିମାଣରେ ସଫା କରାଯାଇଥିବାରୁ ଓ ପଙ୍କୋଦ୍ଧାର କରାଯାଇଥିବାରୁ ଜଳ ଖୁବ୍ ଶୀଘ୍ର ନିଷ୍କାସିତ ହୋଇଥିଲା। ତେଣୁ କଟକବାସୀଙ୍କୁ ଅଧିକ ସମୟ ଜଳବନ୍ଦୀ ଅବସ୍ଥା ଭୋଗ କରିବାକୁ ପଡିନି । ଆଜି ସକାଳୁ ଯଦି ବର୍ଷା ଲାଗି ରହିଥାଆନ୍ତା, ତେବେ ପୁରା ସହରର ଅବସ୍ଥା ବେହାଲ୍ ହୋଇଥାଆନ୍ତା। ସେପଟେ ସିଏମସି କମିଶନର ଆଜି ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ଜଳନିଷ୍କାସନ ପାଇଁ ପର୍ଯ୍ୟାପ୍ତ ପମ୍ପର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କମିସନର ।

Comments are closed.