Odisha Link
Bridging the Missing Links in Odisha

ରୋହିତଙ୍କ ଛକାରେ ଆହାତ ହୋଇଥିଲେ ଯୁବତୀ, ମ୍ୟାଚ ପରେ ଉପହାର ଦେଲେ ରୋହିତ

ବର୍ମିଂହାମ୍: କ୍ରିକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ବାଂଲାଦେଶକୁ ୨୮ ରନରେ ହାରଇ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଶତକ ଏବଂ ବୁମରାଙ୍କ ଘାତକ ବୋଲିଂ ବଳରେ ସହଜରେ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ରୋହିତ ୯୨ଟି ବଲରେ ୧୦୪ ରନ କରିଥିଲେ| ରୋହିତ ୬ଟି ଚଉକା ଓ ୫ଟି ଛକା ମଧ୍ୟ ମାରିଥିଲେ| ତେବେ ରୋହିତଙ୍କର ଗୋଟିଏ ଛକାରେ ଖେଳ ଦେଖିବାକୁ ଆସିଥିବା ଜଣେ ଭାରତୀୟ ପ୍ରଶଂସକ ଆହତ ହୋଇଥିଲେ|

ମ୍ୟାଚ ପରେ ରୋହିତ ଶର୍ମା ଏ ବାବଦରେ ଜାଣିବାକୁ ପାଇଥିଲେ| ସେ ଯୁବତୀଙ୍କୁ କ୍ଷମା ମାଗିବା ସହ ନିଜର ଟୋପିକୁ ଉପହାର ଭାବେ ଯୁବତୀଙ୍କୁ ଦେଇଥିଲେ| ଏହି ଟୋପିରେ ରୋହିତ ନିଜର ଅଟୋଗ୍ରାଫ ଦେବା ସହ ଯୁବତୀ ଓ ତାଙ୍କ ସମ୍ପର୍କୀୟ ଏହାକୁ ପାଇ ଖୁସି ପ୍ରକାଶ କରିଛନ୍ତି| ସୂଚନାଥାଉକି, ଆସନ୍ତା ୬ ତାରିଖରେ ଭାରତ ଗ୍ରୁପ୍‌ ଷ୍ଟେଜର ଶେଷ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଏଥି ସହିତ ଜୁଲାଇ ୯ ଏବଂ ୧୧ରେ କ୍ରିକେଟ ମହାକୁମ୍ଭର ସେମିଫାଇନାଲ ମ୍ୟାଚ ଖେଳାଯିବ। ଅପରପକ୍ଷେ ଜୁଲାଇ ୧୪ରେ ଫାଇନାଲ ମ୍ୟାଚ ଖେଳାଯିବ।

Comments are closed.