Odisha Link
Bridging the Missing Links in Odisha

ପୂର୍ବତନ କୁଳପତିଙ୍କ ବିୟୋଗରେ ତାଳପଦେଶ୍ବରୀ ସାହିତ୍ୟ ଆସରର ଶୋକ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌର କିଶୋର ଦାସଙ୍କ ବିୟୋଗରେ ତାଳପଦେଶ୍ବରୀ ସାହିତ୍ୟ ଆସର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଆସର ପକ୍ଷରୁ କୁହାଯାିଛି ଯେ, ଜଣେ ଦକ୍ଷ ଶିକ୍ଷା ପ୍ରଶାସକ ଓ ଇଂରାଜୀ ଭାଷାର ସୁଲେଖକ ଭାବେ ପରିଚିତ ଶ୍ରୀ ଦାସ ୧୯୯୫ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଥିଲେ। ଆଜି ନୂଆଦିଲ୍ଲୀରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ଶ୍ରୀ ଦାସ ନିଜ କାର୍ଯ୍ୟକାଳ ସମୟରେ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସୃଜନ ଶକ୍ତିର ବିକାଶ ପାଇଁ ସର୍ବଦା ଚେଷ୍ଟିତ ବୋଲି ତାଳପଦେଶ୍ବରୀ ସାହିତ୍ୟ ଆସର ପକ୍ଷରୁ କୁହାଯାଇଛି।

ପ୍ରଫେସର ଦାସଙ୍କ ବିୟୋଗରେ ଆସରର ସଭାପତି ଡ. ଅମୂଲ୍ୟ କୁମାର ଦାଶ, ଉପଦେଷ୍ଟା ପ୍ରଫେସର ଡ. ସଂଘମିତ୍ରା ମିଶ୍ର ଓ ଡ. ବିଷ୍ଣୁପ୍ରିୟା ଓତାଙ୍କ ସମେତ ଅନ୍ୟ ସାଥୀମାନେ ଶୋକ ପ୍ରକାଶ କରିଛନ୍ତି।

Comments are closed.