Odisha Link
Bridging the Missing Links in Odisha

ବଜାରକୁ ଆସିବ ନୂଆ କଏନ

ନୂଆଦିଲ୍ଲୀ : ଏଥର ବଜାରକୁ ଆସିବ ଆସିବ ନୂଆ କଏନ । ଖୁବଶୀଘ୍ର ଏହି ନୂଆ କଏନ ପ୍ରଚଳନ କରାଯିବ । ବଜାରକୁ ନୂଆ କଏନ ଆସିବା ନେଇ ଆଜି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ତେବେ ୧ ଟଙ୍କିଆ, ୨ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ନୂଆ କଏନ ବଜାରକୁ ଆସୁଛି । ନୂଆ କଏନ ଦୃଷ୍ଟିହୀନଙ୍କ ପାଇଁ ବେଶି ସୁବିଧା ହେବ । ଦୃଷ୍ଟିହୀନମାନେ କଏନ ସବୁକୁ କେମିତି ସହଜରେ ଚିହ୍ନଟ କରିପାରିବେ ସେଥିପାଇଁ ବଜାରକୁ ନୂଆ କଏନ ଆସିବ । ଦୃଷ୍ଟିହୀନ ବ୍ୟକ୍ତି କଏନ ଧରି ସଠିକ ଜାଣି ପାରନ୍ତିନି ଉକ୍ତ କଏନର ମୂଲ୍ୟ । ଫଳରେ ସେମାନେ ଅନେକ କ୍ଷେତ୍ରରେ ଠକାମୀର ଶିକାର ମଧ୍ୟ ହୁଅନ୍ତି । ତେଣୁ ସେ ସବୁକୁ ରୋକିବାକୁ ବଜାରକୁ ନୂଆ କଏନ ଆସୁଛି । ଯାହା ଦୃଷ୍ଟିହୀନଙ୍କ ପାଇଁ ଅଧିକ ଫାଇଦା ହେବ ।
ବଜାରକୁ ଆସୁଥିବା ନୂଆ କଏନକୁ ୭ ମାର୍ଚ୍ଚ ୨୦୧୯ରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ତେବେ ନୂଆ କଏନ ଖୁବ ଶୀଘ୍ର ବଜାରକୁ ଆସିବ ବୋଲି ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

Comments are closed.