Odisha Link
Bridging the Missing Links in Odisha

ରାସ୍ତା ଉପରେ ୫ ଫୁଟ ଉଚ୍ଚର ପାଣି

ଜୟପୁର : କୋରାପୁଟରେ ଲାଗି ରହିଛି ଲଗାଣ ବର୍ଷା । ବୋରିଗୁମ୍ମା ବ୍ଲକ୍ ପୁରୁଣା ବୋରିଗୁମ୍ମାରେ ଥିବା ଅସ୍ଥାୟୀ ରାସ୍ତା ଉପରେ ଲହଡି ମାରୁଛି ୫ ଫୁଟ ଉଚ୍ଚର ପାଣି । ଫଳରେ ୧୫ରୁ ଅଧିକ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି ।
ବୋରିଗୁମ୍ମାରେ ନୂଆ ପୋଲ ନିର୍ମାଣ କାମ ଚାଲିଥିବାରୁ ଲୋକଙ୍କ ଯାତୟାତ ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା । ଏହି ରାସ୍ତାରେ ଲୋକେ ଯିବାଆସିବା କରୁଥିଲେ । ଏବେ ରାସ୍ତା ଉପରେ ପାଣି ଜମିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Comments are closed.