Odisha Link
Bridging the Missing Links in Odisha

ଶୋଇଥିବା ଅବସ୍ଥାରେ ମା’କୁ ଜୀଅନ୍ତା ପୋଡି ମାରିଲା ପୁଅ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାଡବାହଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ଶଯ୍ୟାଶାୟୀ ମାଆକୁ ଜୀଅନ୍ତା ଜାଳିଦେଲା ନୃଶଂସ ପୁଅ । ପାରିବାରିକ କଳହକୁ ନେଇ ଏଭଳି ଉନ୍ମତକାଣ୍ଡ ଘଟାଇଛି ପୁଅ ।

ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାଡବାହଲ ଗାଁରେ ୭୫ବର୍ଷ ବୟସ୍କ ଶଯ୍ୟାଶାୟୀ ମାଆକୁ ଜୀଅନ୍ତା ଜାଳି ମାରିଦେଇଛି ପୁଅ । ପାରିବାରିକ କଳହକୁ କେନ୍ଦ୍ରକରି ପୁଅ ଏଭଳିକରିଥିବା ଜଣାପଡିଛି । ଏଭଳି କାଣ୍ଡ ଘଟାଇବା ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ପୁଅକୁ ଧରିଛନ୍ତି ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.