Odisha Link
Bridging the Missing Links in Odisha

ଟ୍ରାକ୍ଟର୍ ଧକ୍କାରେ ମହିଳା ମୃତ

ଯାଜପୁର: ଯାଜପୁର ଥାନା ବୈଦରାଜପୁର ନିକଟରେ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟ ହୋଇଥିବାରୁ ଏହାକୁ ନେଇ ଉତ୍ତେଜନା ସହ ଭଙ୍ଗାରୁଜା ଓ ପୋଡ଼ାଜଳା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ବାପାଙ୍କ ସହ ନିଜ ସନ୍ତାନକୁ ନେଇ ସ୍କୁଟିରେ ଯାଉଥିବା ବେଳେ ବୈଦ୍ୟରାଜପୁର ଠାରେ ତାଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଶିଶୁ ଏବଂ ବାପାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଠିକାଦାରଙ୍କ ଅସ୍ଥାୟୀ କ୍ୟାମ୍ପରେ ଭଙ୍ଗାରୁଜା କରିଛନ୍ତି। ଏହାସହ ସେଠାରେ ଥିବା ଏକ ଜେସିବି ମେସିନରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ପୁଲିସ ଓ ଦମକଳ ବାହିନୀ ସେଠାରେ ପହଁଚି ନିଆକୁ ଆୟତ କରିଛି।

Comments are closed.