Odisha Link
Bridging the Missing Links in Odisha

୭ ଘଣ୍ଟା କାମ କରିବାକୁ ମନାକଲେ ଅଧ୍ୟାପକ

ଭୁବନେଶ୍ୱର: ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜର ନିୟମିତ ଅଧ୍ୟାପକମାନେ ପ୍ରତି କାର୍ଯ୍ୟ ଦିବସରେ ୭ ଘଣ୍ଟା କାର୍ଯ୍ୟ କରିବେ । ଶିକ୍ଷାଦାନ ବ୍ୟତୀତ ସେମାନେ ଲାଇବ୍ରେରିରେ ସମୟ କାଟିବେ । ଗବେଷଣା କାର୍ଯ୍ୟରେ ମନୋନିବେଶ କରିବେ । ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ କ୍ଲାସ କରିବେ ।

ଗତ ୫ ତାରିଖରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଏଭଳି ବିଜ୍ଞପ୍ତି ପ୍ରକାଶ କରିବା ପରେ ଅଧ୍ୟାପକମାନେ କଡ଼ା ପ୍ରତିବାଦ କରିଛନ୍ତି । ଅଧ୍ୟାପକ ସଂଗଠନ ଗୁଡ଼ିକ ସର୍ତ ଓ ସମୟସୀମା କଣ୍ଟ ରଖି ପରୋକ୍ଷରେ ଶୁଣାଇ ଦେଇଛନ୍ତି । ଆମେ ନିୟମ ମାନିବୁ ନାହିଁ ସିଧା ସିଧା କହିଛନ୍ତି । ସରକାର ଆଗ ଆମ ଦାବି ପୂରଣ କରନ୍ତୁ । ସମାନ କାମକୁ ସମାନ ଦରମା ଦିଅନ୍ତୁ । କଲେଜଗୁଡ଼ିକର ଭିତ୍ତିଭୂମି ସଜାଡ଼ନ୍ତୁ । ତା ପରେ କଡ଼ା ନିୟମ କଲେ, ପାଳନ କରିବାକୁ ଦ୍ୱିଧା ନାହିଁ । ଅଧ୍ୟାପକମାନଙ୍କର ଏଭଳି କଡ଼ା ପ୍ରତିକି୍ରୟା ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଅକଳରେ ପକାଇ ଦେଇଛି ।

Comments are closed.