Odisha Link
Bridging the Missing Links in Odisha

ଆଜି ହେରା ପଞ୍ଚମୀ, ଅଭିମାନରେ ନନ୍ଦିଘୋଷ ଚକ ଭାଙ୍ଗିବେ ଲକ୍ଷ୍ମୀ

ପୁରୀ : ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରେ କରୁଛନ୍ତି ଲୀଳାଖେଳା। ସାଙ୍ଗରେ ଭାଇଭଉଣୀଙ୍କୁ ଧରି ଆସିଲେ। ହେଲେ ମହାଲକ୍ଷ୍ମୀଙ୍କୁ ଆଣିଲେନି।
ଅଭିମାନିନୀ ଲକ୍ଷ୍ମୀ କ’ଣ ଆଉ କରନ୍ତେ ? ଦୁଃଖ ଆଉ କ୍ଷୋଭରେ ଲକ୍ଷ୍ମୀ ବିମାନରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଲୁଚି ଲୁଚି ଆସିବେ । ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯିବେ। ଏମିତି ପରମ୍ପରା ରଥଯାତ୍ରାରେ ରହିଛି। ଆଜି ହେରା ପଞ୍ଚମୀ ତିଥିରେ ଲକ୍ଷ୍ମୀ ଆସି ରଥ ଭାଙ୍ଗିବେ।
ତା ପୂର୍ବରୁ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଗତକାଲି ରାତିରେ ଅନୁଷ୍ଠିତ ହୋଇଯାଇଛି। ଦତ୍ତମହାପାତ୍ର ସେବକମାନେ ହିଙ୍ଗୁଳା, ହରିତାଲ, ଶଙ୍ଖ ଚୂର୍ଣ୍ଣ ଓ କଳା ସହ କସ୍ତୁରୀ ମିଶ୍ରିତ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। ଏଥିପାଇଁ ଗତ ରାତି ୯ଟାରୁ ଆଜି ସକାଳ ପର୍ଯ୍ୟନ୍ତ ଦର୍ଶନକୁ ବନ୍ଦ ରଖାଯାଇଛି ।

Comments are closed.