Odisha Link
Bridging the Missing Links in Odisha

ଦୁଇ ଭାଇଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଲିଙ୍କ ରୋଡ୍‌ରେ ୨ ଭାଇଙ୍କୁ ଗୁଳିମାଡ଼। ଦୁଇ ଭାଇ ହେଲେ ଦୟାଶଙ୍କର ସାଏ ଓ ଗୌରୀଶଙ୍କର ସାଏ। ଏମାନେ ଧାନ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ଛାତି ଓ କାନ୍ଧରେ ଦୁଇଟି ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ କାନ୍ଧରେ ଗୋଟିଏ ଗୁଳି ବାଜିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ସାଢେ ୭ଟାରେ ଦୁଇ ଭାଇ ନିଜ ଧାନ ଗୋଦାମରେ ଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିସହ ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ରାଇରଙ୍ଗପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.