Odisha Link
Bridging the Missing Links in Odisha

ବସ୍‌ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ

ପୁରୀ: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଅଭିଯୋଗ। ଏପରି ଏକ ଲଜ୍ଜା ଖବର ଆସିଛି ପୁରୀରୁ। ଏକ ଲକଜରି ବସ୍‌ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବସ୍‌ର ହେଳପର ବିରୋଧରେ ଏପରି ସଙ୍ଗିନ୍‌ ଅଭିଯୋଗ ଆସିଛି। ବିଳମ୍ବିତ ରାତିରେ ଶରଧାବାଲିରେ ପୀଡ଼ିତା ନବାଳିକା କାନ୍ଦୁଥିବାର ଦେଖି କିଛି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ କୁମ୍ଭାରପଡ଼ା ପୁଲିସ୍‌ ପୀଡ଼ିତାକୁ ଉଦ୍ଧାର କରଥିଲା। ପୀଡ଼ିତାର ଅଭିଯୋଗ କ୍ରମେ ପୁରୀ ବସଷ୍ଟାଣ୍ଡରେ ଥିବା ବସରୁ ସମ୍ପୃକ୍ତ ଯୁବକକୁ ଅଟକ ରଖଇ ପଚରାଉଚରା କରୁଛି ପୁଲିସ୍। ପ୍ରାଥମିକ ତଦନ୍ତ ଅନୁସାରେ ପୀଡ଼ିତା ଜଣକ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ନାବାଳିକା ଜଣଙ୍କ ପୁରୀ ମାଳତୀପାଟପୁର ନିକଟରେ ଥିବା ୱାଟରପାର୍କରେ କାମ କରେ। ଛୁଟିରେ ଘରକୁ ଯାଇ କାଲି ଫେରିଥିଲା। କଟକରୁ ଏକ ଏସି ଡିଲକ୍ସ ବସ୍‌ରେ ପୁରୀ ଆସୁଥିବା ବେଳେ ବସ୍‌ରେ ନିଦ ଲାଗିଯିବାରୁ ମାଳତୀପାଟପୁରରେ ଓହ୍ଲାଇ ପାରିନଥିଲା। ପୁରୀ ବସ୍‌ଷ୍ଟାଣ୍ଡରେ ନିଦ ଭାଙ୍ଗିବା ବେଳକୁ ରାତି ପ୍ରାୟ ୯ଟା ହୋଇଯାଇଥିଲା। ତେବେ ହେଲ୍‌ପର ଜଣଙ୍କ ବୁଝାସୁଝା କରି ବସ୍‌ରେ ଶୋଇ ପଡିବାକୁ କହିଥିଲା। ଏହାପରେ ଝିଅଟିର ସରଳତାର ସୁଯୋଗ ନେଇ ପୀଡ଼ିତା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Comments are closed.