Odisha Link
Bridging the Missing Links in Odisha

ଧୋନି @୩୫୦

ମଞ୍ଚେଷ୍ଟର:  ଚଳିତ ବିଶ୍ବକପର ପ୍ରଥମ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ପଡିଆରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ ଏବଂ ଫିଲ୍ଡିଂ କରୁଛି ଟିମ୍ ଇଣ୍ଡିଆ। ଏଥି ସହିତ ଟିମ୍‌ ଇଣ୍ଡିଆ ଓ୍ବିକେଟ କିପର ମହେନ୍ଦ୍ର ସିଂହ ଧୋନି ଏହି ମ୍ୟାଚରେ ଖେଳିବା ସଙ୍ଗେ ସଙ୍ଗେ ଏକ ରେକର୍ଡ଼ର ଅଧିକାରି ହୋଇଛନ୍ତି। ଆଜିର ମ୍ୟାଚରେ ପଡ଼ିଆକୁ ଓହ୍ଲାଇବା ପରେ ମହେନ୍ଦ୍ର ସିଂ ଧୋନି ୩୫୦ ତମ ଦିନିକିଆ ମ୍ୟାଚ ଖେଳିବା କ୍ଳବରେ ୧୦ମ ବ୍ୟାଟ୍ସମ୍ୟାନ୍‌ ଭାବେ ସାମିଲ ହୋଇଯାଇଛନ୍ତି। ଏଥିସହିତ ଧୋନି ୩୫୦ ମ୍ୟାଚ ଖେଳିବାରେ ପ୍ରଥମ ଓ୍ବିକେଟକିପର ହୋଇଛନ୍ତି। କ୍ରିକେଟର ଭଗବାନ ସଚ୍ଚିନ ତେନ୍ଦୁଳକରଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି। ଧୋନି ବର୍ତ୍ତମାନ ସୁଦ୍ଧା ୫୦ ହାରରେ ଦିନିକିଆରେ ୧୦ ହଜାରରୁ ଅଧିକ ରନ ହାସଲ କରିସାରିଛନ୍ତି।

ସୂଚନାଥାଉକି, ଧୋନିଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ମହିଳା ଜୟବର୍ଦ୍ଧନେ, ସନତ ଜୟସୂର‌୍ୟା, କୁମାର ସାଙ୍ଗାକାରା, ଶାହିଦ ଆଫ୍ରିଦି, ଇଞ୍ଜମାମ୍ ଉଲ୍ ହକ୍, ରିକି ପଣ୍ଟିଂ, ୱାସିମ୍ ଆକ୍ରମ ଏବଂ ମୁଥୟା ମୁରଲିଧରନ୍ ୩୫୦ରୁ ଅଧିକ ଦିନିକିଆ ମ୍ୟାଚ ଖେଳିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ସର୍ବାଧିକ ଦିନିକିଆ ମ୍ୟାଚ ଖେଳିବାର ରେକର୍ଡ । ସଚିନ ତେନ୍ଦୁଲକର ୪୬୩ଟି ଦିନିକିଆ ଖେଳିଛନ୍ତି।

Comments are closed.