Odisha Link
Bridging the Missing Links in Odisha

ଆଜି ହେବ ସ୍ଥଗିତ ଥିବା ଭାରତ-ନ୍ୟୁଜିଲାଣ୍ଡ ସେମି ମ୍ୟାଚ୍

ମଞ୍ଚେଷ୍ଟର: ଚଳିତ ବିଶ୍ବକପରେ କେଉଁ ଦଳ ବିଜୟୀ ହେବ ତାହା ଆସନ୍ତା ୧୪ ତାରିଖରେ ସ୍ପଷ୍ଟ ହେବ। କିନ୍ତୁ ଇତି ମଧ୍ୟରେ ବର୍ଷା ଏକ ରକମର ବିଶ୍ବକପ୍‌ ହାତେଇ ନେଇଛି ବୋଲି ଲୋକେ ତାତ୍ସଲ୍ୟ କରି କହୁଛନ୍ତି। ଗତକାଲି ବର୍ଷା ପାଇଁ ସ୍ଥଗିତ ହେଲା ସେମିଫାଇନାଲ ମ୍ୟାଚ୍। ଆଜି ପୁଣିଥରେ ମାଞ୍ଚେଷ୍ଟର ମୈଦାନରେ ଖେଳାଯିବ ସେମିଫାଇନାଲ ମ୍ୟାଚ୍। ଗତକାଲି ଲଗାଣ ବର୍ଷା କାରଣରୁ ସେମିଫାଇନାଲ ମୁକାବିଲାକୁ ଆଜିକୁ ଘୁଞ୍ଚାଇ ଦିଆଯାଇଛି । ଆଜି ଅପରାହ୍ନ ୩ଟାରେ ପୁଣିଥରେ ଏହି ମ୍ୟାଚ୍ ଆରମ୍ଭ ହେବ ।

ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ଵିକେଟ୍ ହରାଇ ୨୧୧ ରନ କରିଛି। କ୍ରିଜରେ ରସ ଟେଲର ୬୭* ଓ ଟମ ଲାଥମ ୩* କରିଛନ୍ତି। ତାଙ୍କ ବ୍ୟତୀତ ଅଧିନାୟକ କେନ ଓ୍ଵିଲିୟମସନ ୬୭ ରନର ଯୋଗଦାନ ଦେଇଛନ୍ତି। ବୁଧବାର ନ୍ୟୁଜିଲାଣ୍ଡ ୪୬.୧ ଓଭରରୁ ବ୍ୟାଟିଂ ଆରମ୍ଭ କରି ସଂପୂର୍ଣ୍ଣ ୫୦ ଓଭର ଖେଳିବ ଏବଂ ଭାରତକୁ ଲକ୍ଷ୍ୟ ଦେବ।

୪୬.୧ ଓଭରରୁ ଆରମ୍ଭ ହେବ ମ୍ୟାଚ୍
ନିର୍ଦ୍ଧାରିତ ଦିନରେ ସେମି ଫାଇନାଲ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଛି। ଫଳରେ ବୁଧବାର ମ୍ୟାଚ୍ ୪୬.୧ ଓଭରରୁ ଆରମ୍ଭ ହେବ। ଅର୍ଥାତ ରିଜର୍ଭ ଡେରେ ମ୍ୟାଚ୍ ନୂତନ ଭାବେ ପୁର୍ନବାର ହେବ ନାହିଁ ବରଂ ମଙ୍ଗଳବାର ଯେଉଁଠି ମ୍ୟାଚ୍ ବନ୍ଦ ହୋଇଛି ବୁଧବାର ସେଠାରୁ ହିଁ ମ୍ୟାଚ୍ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ, ଦ୍ଵିତୀୟ ସେମି ଫାଇନାଲ ଜୁଲାଇ ୧୧ରେ ହେବ। ଏଥିପାଇଁ ଜୁଲାଇ ୧୨ ଦିନ ରିଜର୍ଭ ଡେ ରଖାଯାଇଛି। ଫାଇନାଲ ମ୍ୟାଚ୍ ଜୁଲାଇ ୧୪ରେ ହେବ ଏବଂ ରିଜର୍ଭ ଡେ ଜୁଲାଇ ୧୫ ରଖାଯାଇଛି।

ଯଦି ମ୍ୟାଚ୍‌ ବାତିଲ ହୁଏ କଣ ହେବ
ଏହି ସ୍ଥିତିରେ ପଏଣ୍ଟ ଟେବୁଲର ମହତ୍ଵ ସାମ୍ନାକୁ ଆସିବ। ଲିଗ୍ ପର୍ୟ୍ୟାାାୟର ପ୍ରଦର୍ଶନ ଦେଖାଯିବ। ଯେଉଁ ଦଳ ପଏଣ୍ଟ ଟେବୁଲରେ ନିଜର ବିରୋଧୀ ଦଳଠୁ ଉପରେ ଥିବ ସେହି ଦଳକୁ ଫାଇନାଲର ଟିକେଟ୍ ମିଳିବ। ଅନ୍ୟ ଦଳର ବିଶ୍ଵ କପ୍ ଅଭିଯାନ ଏଠାରେ ସମାପ୍ତ ହୋଇଯିବ। ଏହାର ଅର୍ଥ ବର୍ଷା କାରଣରୁ ସେମି ଫାଇନାଲ ମ୍ୟାଚ୍ ବାତିଲ ହେଲେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିବ।

Comments are closed.