Odisha Link
Bridging the Missing Links in Odisha

ଓଡ଼ିଶା ମିଡିଆ କନକ୍ଲେଭ ମଞ୍ଚରେ ଟିଆରପି ଯୁଦ୍ଧ

ଭୁବନେଶ୍ବର: ଟିଭି ପରଦାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିତର୍କ କରୁଥିବା ଓଡ଼ିଶା ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ମାନଙ୍କୁ ଆଜି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ନ୍ୟୁଜ୍ ଚ୍ୟାନେଲ ଗୁଡ଼ିକର ଟିଆରପି, ବିଶ୍ବସନୀୟତା, ଉପସ୍ଥାପକର ଶୈଳୀ ଓ ଦର୍ଶକଙ୍କୁ ପରସା ଯାଉଥିବା ଭିନ୍ନ ଭିନ୍ ଦିଗର ଖବରକୁ ନେଇ ବକ୍ତା ମାନଙ୍କ ମଧ୍ୟରେ ଆଜିର ବାକ୍ ଯୁଦ୍ଧ ଏକ ଘଣ୍ଟା ଧରି ଜୟଦେବ ଭବନ ପରିସରକୁ ଗୁରୁଗମ୍ଭୀର କରିଦେଇଥିଲା।

ଓଡ଼ିଆ ମଡିଆ ପକ୍ଷରୁ ଆୟୋଜିତ ପ୍ରଥମ ଓଡ଼ିଶା ମଡିଆ କନକ୍ଲେଭ ପ୍ରଥମ ଆଲୋଚନା ସଭାରେ ବକ୍ତା ଭାବେ ଯୋଗ ଦେଇଥିଲେ କନକ ନ୍ୟୁଜର ସଂପାଦକ ମନୋରଜଞ୍ଜନ ମିଶ୍ର, ଅର୍ଗସ ଟିଭିର ସଂପାଦକ ସଂଜୟ ଜେନା ଓ ଟେଲିଗ୍ରାଫର ବରିଷ୍ଠ ସମ୍ବାଦିକ ଶୁଭାଶିଷ ମହାନ୍ତି। ‘ସାମାଜିକ ଗଣମାଧ୍ୟମ ଯୁଗରେ ଟିଆରପିର କିଛି ମାନେ ଅଛି କି?’ ପ୍ରସଙ୍ଗରେ ଏହି ଆଲୋଚନା ସଭାକୁ ସଂଚାଳନ କରିଥିଲେ ବିଜିନେସ ଷ୍ଟାଣ୍ଡାର୍ଡର ଆବାସିକ ସଂପାଦକ ଦିଲୀପ ଶତପଥୀ।

ଏହି ଆଲୋଚନାରେ ଟିଆାରପିର ବୈଧତା ନେଇ ଅତିଥି ମାନଙ୍କ ମଧ୍ୟରେ ବାକ୍ ବିତଣ୍ଡା ଯେତିକି ରୋଚକ ସେତିକି ଅର୍ଥପୂର୍ଣ୍ଣ ଥିଲା। ଏପରିକି ଅନେକ ପ୍ରସଙ୍ଗରେ ବକ୍ତାମାନେ ଅପରର ମତରେ ଅସହମତି ପ୍ରକାଶ କରିଥିଲେ। ଆଲୋଚନା ପରେ ଅତିଥିମାନେ ଉପସ୍ଥିତ ଦର୍ଶକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ପରିଶେଷରେ ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ। ଏହି ଉଦଘାଟନୀ ସଭାରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରମେୟର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, ବିଜିନେସ ଷ୍ଟାଣ୍ଡାର୍ଡର ଆବାସିକ ସଂପାଦକ ଦିଲୀପ ଶତପଥୀ ଯୋଗ ଦେଇଥିଲେ। ଅତିଥିମାନେ ଗଣମାଧ୍ୟମର ଦାୟିତ୍ବ, ଗୁରୁତ୍ବ ଓ ମୂଲ୍ୟବୋଧ ଉପରେ ନିଜ ନିଜର ମତ ରଖିଥିଲେ। ଏହି ଉଦଘାଟନୀ ସଭାରେ ସଂଚାଳନ କରିଥିଲେ ଶୁଭ୍ରାଂଶୁ ପଣ୍ଡା। ଏହି ଉତ୍ସବରେ ସମ୍ବାଦିକତା ଶିଳ୍ପ ସହ ଜଡିତ ବିଭିନ୍ନ ପ୍ରସଙ୍ଗ, ଗଣଯୋଗାଯୋଗ ଶିକ୍ଷା ଓ ଗଣମାଧ୍ୟମ ସଂସ୍ଥା ସହ ରାଜନୀତିର ସଂପୃ୍କ୍ତି ଆଦି ବିଷୟରେ ବିଷୟରେ ଆଲୋଚନା ହୋଇଥିଲା।

Comments are closed.