Odisha Link
Bridging the Missing Links in Odisha

ଓଡ଼ିଶା ମିଡିଆ କନକ୍ଲେଭ: ନିର୍ବାଚନ ଓ ରାଜନୀତି ପ୍ରସଙ୍ଗରେ ବିତର୍କ

ଭୁବନେଶ୍ବର : ଗଣମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳର ରାଜନେତା ବିଭିନ୍ନ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ବିତର୍କରେ ସାମିଲ ହୋଇଥାନ୍ତି। କିନ୍ତୁ ସବୁ ପ୍ରମୁଖ ଦଳର ନେତାଙ୍କୁ ଆଜି ଗୋଟାଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭର ଚତୁର୍ଥ ଆଲୋଚନା ସଭାରେ ନିର୍ବାଚନ ରାଜନୀତି ଓ ଗଣମାଧ୍ୟମକୁ ନେଇ ଏକ ବିତର୍କ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ବକ୍ତା ଭାବେ ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର, କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ, ଆମ୍ ଆଦମୀ ପାର୍ଟିର ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ଏବଂ ଟେଲିଗ୍ରାଫର ବରିଷ୍ଠ ସାମ୍ବାଦିକ ଶୁଭାଶିଷ ମହାନ୍ତି ଯୋଗ ଦେଇଥିଲେ।


ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ବା ମତକୁ ସମର୍ଥନ କରି ଅନେକ ସମୟରେ ଗଣମାଧ୍ୟମ ମାନେ ଜନମତକୁ ବିଭ୍ରାନ୍ତି କରିବାର ନଜିର ଥିବାବେଳେ, ଗଣମାଧ୍ୟମ ଗଣଙ୍କ ପାଖରେ ଜଣଙ୍କର ଅସଲ ମୁଖା ଖୋଲିବାର ଉଦାହରଣ ବି କିଛି କମ ନାହିଁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଥିଲେ।

ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ କ୍ଷମତାର ଅପବ୍ୟବହାର କରି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଗଣମାଧ୍ୟମରେ ଜନତାଙ୍କୁ ପ୍ରଭାବିତ କରୁଛନ୍ତି। ଏଣୁ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ପାଇଁ ନିର୍ବାଚନ ପୂର୍ବରୁ ଓ ସମୟରେ ଗଣ ମାଧ୍ୟମକୁ କିଭଳି ବ୍ୟବହାର କରାଯିବ ସେ ନେଇ ଏକ ନିର୍ଦ୍ଦିଷ୍ଟ ନିତି ନିର୍ଦ୍ଧାରଣ କରାଟିବା ଉଚିତ୍ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ମତ ପ୍ରକାଶ କରିଥିଲେ ।

ବର୍ଷ ବର୍ଷ ଧରି କ୍ଷମତା ଉପଭୋଗ କରି ଆସୁଥିବା ଦଳ ଓ ବ୍ୟକ୍ତିଙ୍କୁ ଗଣମାଧ୍ୟମରେ ଯେଭଳି ସ୍ଥାନ ଓ ଗୁରୁତ୍ବ ଦିଆଯାଉଛି । କ୍ଷୁଦ୍ର ରାଜନୈତିକ ଦଳ ଓ ଭିନ୍ନ ମତ ରଖୁଥିବା ବୁଦ୍ଧିଜୀବୀଙ୍କୁ ସେ ସୁଯୋଗ ମିଳୁନାହିର୍ ବୋଲି କ୍ଷୋଭ ପ୍ରକାଶ କରିଥିଲେ ଆମ୍ ଆଦମୀ ପାର୍ଟି ମୁଖପାତ୍ର ରଙ୍ଗାଚରଣ ପ୍ରଧାନ।

ଗଣମାଧ୍ୟମ ଓ ଏଥି ସହିତ ଜଡ଼ିତ ବ୍ୟକ୍ତିମାନେ ନିର୍ଦ୍ଦିଷ୍ଟ ନୀତି ଓ ଆଦର୍ଶରେ ପରିଚାଳିତ। ଏସବୁ ସତ୍ତ୍ବେ ଭିନ୍ନ ମତ ଓ ସମାଜର ନ୍ୟୁନତମ ସ୍ବରଟି ସର୍ବସାଧାରଣରେ ପହଞ୍ଚିବାର ବାଟ କୈାଣସି ଗଣମାଧ୍ୟମ ଓଗାଳି ପାରିବ ନାହିଁ ବୋଲି ଟେଲିଗ୍ରାଫର ବରିଷ୍ଠ ସାମ୍ବାଦିକ ଶୁଭାଶିଷ ମହାନ୍ତି କହିଛନ୍ତି ।

Comments are closed.