Odisha Link
Bridging the Missing Links in Odisha

ବିଧାୟକ ବାପାଙ୍କ ନାଁରେ ଝିଅ ଆଣିଲେ ଅଭିଯୋଗ

ଲକ୍ଷ୍ନୌ: ନିଜ ବାପାଙ୍କ କବଳରୁ ବଞ୍ଚିବା ପାଇଁ ନିବେଦନ କରିଛି ବିଧାୟକଙ୍କ ଝିଅ। ଏଭଳି ଘଟଣା ଉତ୍ତର ପ୍ରଦେଶ ବରେଲି ବିଜେପି ବିଧାୟକ ତାଙ୍କ ଝିଅଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ବିଧାୟକ ରାଜେଶ ମିଶ୍ରା ଓରଫ ପପୁ ଭରତୌଲଙ୍କ ଝିଅ ସାକ୍ଷୀ। ତାଙ୍କ ସ୍ୱାମୀଙ୍କ ସହ ଏକ ଭିଡିଓ ମେସେଜ ଜରିଆରେ ସାକ୍ଷୀ ନିଜ ପ୍ରତି ଏବଂ ତାଙ୍କ ଶାଶୁ ଘର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି।

ସୂଚନାଥାଉକି, ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ନିକଟରେ ଜଣେ ଦଳିତ ଜାତିର ପୁଅଙ୍କୁ ପ୍ରେମ ବିବାହ କରିଥିଲେ। ଯାହାକୁ ତାଙ୍କ ବାପଘର ଲୋକେ ବିରୋଧ କରୁଥିଲେ। ଏହାପରେ ବିଧାୟକ ବାପା ଏବଂ ତାଙ୍କର ସମର୍ଥକ ମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସହିତ ତାଙ୍କ ଶାଶୁ ଘର ଲୋକଙ୍କୁ ଧମକ ଚମକ ଦେଉଥିବା ଝିଅ ସାକ୍ଷୀ ତାଙ୍କ ସ୍ୱାମୀଙ୍କ ସହ ଏକ କାରରେ ବସି ରେକର୍ଡ କରିଥିବା ଭିଡିଓ ମେସେଜରେ କହିଛନ୍ତି।

ଭିଡିଓରେ ସାକ୍ଷୀ କହିଛନ୍ତି ଯେ, “ବିଧାୟକ ମହୋଦୟ ପପୁ ଭରତୌଲ ଜୀ ଓ ଭିକି ଭରତୌଲ ଜୀ ଶାନ୍ତିରେ ରୁହ ଓ ଆମକୁ ବଞ୍ଚିବାକୁ ଦିଅ। ମୁଁ ସତରେ ବାହା ହୋଇଯାଇଛି। ଏହି ସିନ୍ଦୂରକୁ କୌଣସି ଫ୍ୟାଶନ ପାଇଁ ମୁଁ ଲଗେଇ ନାହିଁ ବରଂ ବିବାହ କରିଛି ବୋଲି ଲଗେଇଛି।” ଅପରପକ୍ଷେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାକ୍ଷୀଙ୍କ ବାପା ତଥା ବିଜେପି ବିଧାୟକ ରାଜେଶ ମିଶ୍ରା। ଏଥିସହିତ ଝିଅ ସାବାଳିକା, ସେ ତା ନିଷ୍ପତ୍ତି ନେଇପାରିବ । ମୋର କିଛି କହିବାର ନାହିଁ ବୋଲି ଗଣମାଧ୍ୟମରେ କହିଛନ୍ତି ରାଜେଶ।

Comments are closed.