Odisha Link
Bridging the Missing Links in Odisha

ବସ୍ ଭଡା ବୃଦ୍ଧି

ଭୁବନେଶ୍ବର: ବଜେଟ ପରେ ଡିଜେଲ ଦରରେ ବୃଦ୍ଧି ଘଟିଛି। ଏହା ଫଳରେ ଡିଜେଲ ଦର ବୃଦ୍ଧି ହେବା ସହ ବସ୍ ଭଡା ମଧ୍ୟ ବୃଦ୍ଧି ହୋଇଛି। ଅର୍ଡିନାରି ଓ ଏକ୍ସପ୍ରେସ ଭଡା କିଲୋମିଟର ପିଛା ୧ ପଇସାକୁ ବୃଦ୍ଧି ପାଇ ଥିବା ବେଳେ ଡିଲକ୍ସ ଓ ଏସି ବସ୍ ଭଡା କିଲୋମିଟର ପିଛା ୨ ପଇସାକୁ ବୃଦ୍ଧି ପାଇଛି।

ଅର୍ଡିନାରି ବସରେ କିମି ପିଛା ୬୮ ପଇସା ଥିଲା ଯାହାକି ଡିଜେଲ ଦର ବୃଦ୍ଧି ହେବା ପରେ ଏବେ ୬୯ ପଇସା ହୋଇଯାଇଛି। ସେହିଭଳି ଏକ୍ସପ୍ରେସ ଭଡା ଥିଲା ୭୧ ଯାହାକି ୭୨ ପଇସାରେ ପହଁଚିଛି। ଏତଦ୍ ବ୍ୟତୀତ ଡିଲକ୍ସ କିମି ପିଛା ଥିଲା ୯୭ ପଇସା ଯାହାକି ୯୯ପଇସା ହୋଇଛି ଏବଂ ଏସି ଡିଲକ୍ସ ୧ଟଙ୍କା ଥିବାବେଳେ ଏହା ବୃଦ୍ଧି ହୋଇ ୧ଟଙ୍କା ୨ପଇସା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ।

Comments are closed.