Odisha Link
Bridging the Missing Links in Odisha

ସରପଞ୍ଚ ସ୍ବାମୀଙ୍କ କାଣ୍ଡ କାରନାମା : ଚାଉଳ ଆଣିବାକୁ ଯାଇଥିବା ଯୁବତୀଙ୍କୁ କଲେ ଦୁଷ୍କର୍ମ

ରାଉରକେଲା : ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳ ଆଣିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ । ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ୍ ଅନ୍ତର୍ଗତ ଝିରପାଣି ପଞ୍ଚାୟତ କାର୍ଯ୍ୟାଳୟରେ । ମହିଳା ସରପଞ୍ଚଙ୍କ ସ୍ବାମୀ ଏବଂ ତାର ଜଣେ ସହଯୋଗୀ ମିଳିତ ଭାବେ ଦୁଷ୍କର୍ମ କରିଥିବା ଆଜି ବିଶ୍ରା ଥାନାରେ ଅଭିଯୋଗ ହୋଇଛି ।ଝିରପାଣି ପଞ୍ଚାୟତର ମହିଳା ସରପଞ୍ଚ ପ୍ରଭା ଖାଲକୋଙ୍କ ସ୍ବାମୀ ଅଜୟ ଖାଲକୋଙ୍କ ନାଁରେ ଏହି ଅଭିଯୋଗ ହୋଇଛି । ପୀଡିତା ଜଣଙ୍କ ଅତ୍ୟନ୍ତ ଗରିବ ଘରର ଝିଅ । ତାଙ୍କ ବାପା ଜଣେ ଭିନ୍ନକ୍ଷମ ବୋଲି ଜଣାପଡିଛି ।
ଗତ ୩ତାରିଖ ଦିନ ଅପରାହ୍ନରେ ସେ ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ତେବେ ପଞ୍ଚାୟତ କାର୍ଯ୍ୟାଳୟରେ କେବଳ ମହିଳା ସରପଞ୍ଚଙ୍କ ସ୍ବାମୀ ଅଜୟ ଖାଲକୋ ଏବଂ ତାର ଜଣେ ସହଯୋଗୀ ଥିଲେ । ଅନ୍ୟ କେହି ନଥିବାର ସୁଯୋଗ ନେଇ ଉଭୟ ଯୁବତୀଙ୍କୁ ଟଣାଓଟରା କରିଥିଲେ । ଏହାପରେ ସହଯୋଗୀ ଯୁବତୀଙ୍କୁ ଧରିଥିବାବେଳେ ଅଜୟ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ସମାନ ଢଙ୍ଗରେ ଅଜୟଙ୍କ ସହଯୋଗୀ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି ।

Comments are closed.