Odisha Link
Bridging the Missing Links in Odisha

ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ ସୋନିଆ ଓ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆଜି ସଂସଦ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ କଂଗ୍ରେସ ସାଂସଦ ଧାରଣା ଦେଇଛନ୍ତି । କାହିଁକିନା ଗୋଆର ୧୫ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ବିଧାୟକ ଗତକାଲି ଦଳ ତ୍ୟାଗ କରି ବିଜେପିରେ ସାମିଲ୍ ହୋଇଛନ୍ତି। ଏହାର ପ୍ରତିବାଦରେ ଆଜି ଧାରଣା ଦେଇଛନ୍ତି କଂଗ୍ରେସ ସାଂସଦ। ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସହିତ ଅନେକ ସାଂସଦ ଏହି ଧାରଣାରେ ସାମିଲ ହୋଇଛନ୍ତି। କଂଗ୍ରେସ ସାଂସଦମାନେ ପ୍ଲାକାର୍ଡ ଧରି ଗଣତନ୍ତ୍ରର ସୁରକ୍ଷା ଦାବିରେ ନାରା ଦେଇ ପ୍ରତିବାଦ କରିଛନ୍ତି। ଶାସକ ଦଳ ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ଦାବି କରି ଏହି ସ୍ଲୋଗାନ୍ ଦେଉଛନ୍ତି କଂଗ୍ରେସ ସାଂସଦ। ଦେଶର ବିକାଶ ପାଇଁ କାର୍ଯ୍ୟ କରିବା ବଦଳରେ ବିରୋଧୀ ବିଧାୟକଙ୍କୁ ନିଜ ଦଳରେ ମିଶାଇବାକୁ ବିଜେପି ଚେଷ୍ଟା କରୁଛି ବୋଲି କଂଗ୍ରେସ କହିଛି।

ସୂଚନାଥାଉକି, ୨୦୧୭ରେ ଗୋଆରେ ବିଧାନସଭା ନିର୍ବାଚନ ହୋଇଥିଲା। ୪୦ ଆସନରୁ ବିଜେପି ୧୩ଟି ଆସନ, କଂଗ୍ରେସ ୧୭ଟି, ଏନସିପି ଗୋଟିଏ, ମହାରାଷ୍ଟ୍ର ଗୋମନ୍ତକ ପାର୍ଟି ୩ଟି, ଗୋଆ ଫରଓ୍ୱାର୍ଡ ପାର୍ଟି ୩ଟି ଏବଂ ୩ ସ୍ୱାଧୀନ ବିଧାୟକ ବିଜୟୀ ହୋଇଥିଲେ।

ତେବେ ଇତି ମଧ୍ୟରେ କଂଗ୍ରେସର ୧୦ ଏବଂ ଅନ୍ୟାନ୍ୟ ଦଳର ବିଧାୟକ ବିଜେପିରେ ଆସି ସାମିଲ ହୋଇଛନ୍ତି। ଏବେ ଗୋଆର ଏନଡିଏ ବିରୋଧୀ କଂଗ୍ରେସ ଅପେକ୍ଷା ବହୁ ଆଗରେ ରହିଛି। ଉଲ୍ଲେଖଯୋଗ୍ୟ, ୧୫ କଂଗ୍ରେସ ବିଧାୟକରୁ ୧୦ ବିଧାୟକ ବିଜେପିରେ ସାମିଲ ହୋଇଥିବାରୁ ଏମାନଙ୍କ ବିରୋଧରେ ଦଳ ବିରୋଧୀ ଆଇନ ଲାଗୁ ହୋଇପାରିବ ନାହିଁ।

Comments are closed.