Odisha Link
Bridging the Missing Links in Odisha

୨୦୧୫ ବିଶ୍ୱକପ୍ ଇତିହାସକୁ ଦୋହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: କ୍ରିକେଟ ବିଶ୍ୱକପ୍ ୨୦୧୯ର ପ୍ରଥମ ସେମିଫାଇନାଲ ଗତକାଲି ସରିଯାଇଛି। ଟିମ୍ ଇଣ୍ଡିଆକୁ ହରାଇ ନ୍ୟୁଜିଲାଣ୍ଡ ଟିମ୍ ବିଶ୍ବକପ ଫାଇନାଲରେ ପ୍ରେବଶ କରିଛି । ଅପରପକ୍ଷେ ଟିମ୍ ଇଣ୍ଡିଆ ବିଶ୍ୱକପ ତୃତୀୟ ଥର ହାତେଇବାର ସ୍ୱପ୍ନ ଧୁଳିସାତ୍ ହୋଇଯାଇଛି । ୧୩୦ କୋଟି ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଶା ଓ ସ୍ୱପ୍ନ ଭାଙ୍ଗି ଯାଇଛି ।  ଟିମ୍ ଇଣ୍ଡିଆ ପାଖରେ ଭଲ ସୁଯୋଗ ଥିଲା କିନ୍ତୁ ଚାପରେ ପଡ଼ି ଟିମ୍ ଖେଳି ପାରିଲା ନାହିଁ ବୋଲି ମତ ଦେଇଛନ୍ତି କ୍ରିକେଟ ବିଶେଷଜ୍ଞ।  ଖେଳର ମଧ୍ୟ ଭାଗରେ ଧୋନି ଏବଂ ଜାଡ଼େଜାଙ୍କ ଲଢୁଆ ବ୍ୟାଟିଂ ଭାରତୀୟ କ୍ରିକେଟ ପ୍ରମେୀ କିଛି ସମୟ ପାଇଁ ଆଶା ଓ ବିଶ୍ବାସ ରଖିଥିଲେ ଟିମ୍ ଇଣ୍ଡିଆ ବିଜୟୀ ହେବ ବୋଲି। କିନ୍ତୁ ଜାଡେଜାଙ୍କ କ୍ୟାଚ ଆଉଟ୍ ଏବଂ ଧୋନିଙ୍କ  ରନ୍ ଆଉଟ ସବୁକିଛି ବଦଳାଇ ଦେଇଥିଲା। ଏଥି ସହିତ ୧୩୦ କୋଟି ଭାରତୀୟଙ୍କ ବିଶ୍ୱକପ୍ ସ୍ୱପ୍ନ ମଧ୍ୟ ରନ୍ ଆଉଟ ହୋଇଯାଇଥିଲା।

୨୦୧୫ ବିଶ୍ୱକପ୍ ବନାମ ୨୦୧୯ ବିଶ୍ୱକପ୍
କାଲିର ବିଶ୍ୱକପ୍ ସେମିଫାଇନାଲ ମୁକାବିଲା ଦେଖି ୨୦୧୫ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ କଥା ମନେ ପଡ଼ିଯାଉଛି। କାହିଁକିନା ୨୦୧୫ ବିଶ୍ୱକପ୍ ଏବଂ ୨୦୧୯ ବିଶ୍ୱକପ୍ ମଧ୍ୟରେ ବହୁତ କିଛି ସମାନତା ରହିଛି।  ୨୦୧୫  ମସିହା ମାର୍ଚ୍ଚ ୨୬ ତାରିଖ। ବିଶ୍ୱକପ୍ ସେମିଫାଇନାଲ ମୁକାବିଲା ଭାରତ ବନାମ ଅଷ୍ଟ୍ରେଲିଆ।  ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ସାମନ୍ନାରେ ୩୨୮ ରନର ବିଜୟ ଲକ୍ଷ୍ୟ ଧାର‌୍ୟ୍ୟ ରଖିଥିଲା।  ଗତକାଲି ସେମିଫାଇନାଲରେ ଯାହା ହୋଇଥିଲା ସେହି ମ୍ୟାଚରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।  ଗତକାଲି ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ୧ରନ୍ କରି ଆଉଟ ହୋଇଥିଲେ ସେହିପରି ୨୦୧୫ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚରେ ମଧ୍ୟ ୧ ରନ୍ କରି ଆଉଟ ହୋଇଯାଇଥିଲେ।  ଏଥି ସହିତ ଧୋନିଙ୍କ ସହିତ ମଧ୍ୟ ୨୦୧୫ ଏବଂ ୨୦୧୯ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଗତକାଲି ମ୍ୟାଚରେ ଧୋନି ରନ୍ ଆଉଟ ହୋଇ ପ୍ୟାଭିଲିଆନ ଫେରିଥିଲେ। ୨୦୧୫ରେ ମଧ୍ୟ ଧୋନି ରନ୍ ଆଉଟ ହୋଇ ପ୍ୟାଭିଲିଆନ ଫେରିଥିଲେ।


କେତେ ସମାନତା ରହିଛି?
ଦେଖିଲେ ଏଭଳି ଲାଗୁଛି ଯେ ଆମେ ଗତକାଲି ମ୍ୟାଚରେ ଅଧିକ କିଛି କରିନାହୁଁ । କେବଳ ୨୦୧୫ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚକୁ କେବଳ ମନେ ପକାଇ ଦେଇଛୁ। ୨୦୧୫ରେ ଟିମ୍ ଇଣ୍ଡିଆ ହାରି ସ୍ୱଦେଶ ଫେରିଥିଲା ଆଉ ଏଥର ମଧ୍ୟ ସମାନ ସ୍ଥିତି। ପୂର୍ବ ବିଶ୍ୱକପରେ କ୍ରିକେଟ ପ୍ରେମୀ ନିରାଶ ହୋଇଥିଲେ। ଏଥର ମଧ୍ୟ ଆମ ହାତରେ କିଛି ଲାଗିଲା ନାହିଁ।  ଯଦି ଟିମ୍ ଇଣ୍ଡିଆ ତାର ପୂର୍ବ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚକୁ ଦେଖିଥାନ୍ତା ତାହା ହେଲେ ୨୦୧୫ ଏବଂ ୨୦୧୯ ବିଶ୍ୱକପ୍ ମଧ୍ୟରେ ଏତେ ସମାନତା ଆସି ନଥାନ୍ତା।

Comments are closed.