Odisha Link
Bridging the Missing Links in Odisha

ଆଜି ଦାଶିଆ ଅଜାଙ୍କ ୧୧୨ ତମ ଜନ୍ମ ଦିବସ

ନୟାଗଡ଼: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ ‘ଦଶ ପଇସାର ରଜା ଦାଶିଆ ଅଜା’ ନାମରେ ପରିଚିତ। ସେ ଆଜିର ପୁଣ୍ୟ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ଆଜି ହେଉଛି ଦାଶିଆ ଅଜାଙ୍କ ୧୧୨ ତମ ଜନ୍ମ ଦିବସ। ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲାର ରାଇପୁର ଗ୍ରାରର  ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ।

ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ଦିନବେଳା ବିଶ୍ରାମ ସମୟରେ ପଢିବା ଥିଲା ତାଙ୍କର ନିଶା । ପଢା ନିଶାରୁ ଆରମ୍ଭ ହୋଇଥିଲା ଓଡ଼ିଶା ଯାତ୍ରା। ଗାଁ-ଗଣ୍ଡା, ସହର-ବଜାର ଦ୍ୱାର ଦ୍ୱାର ବୁଲିବୁଲି ପାଲଟିଥିଲେ ଜ୍ଞାନର ଭିକ୍ଷୁକ। ହାତରେ ଠେଙ୍ଗା, କାନ୍ଧରେ ଝୁଲାମୁଣି ତାଙ୍କର ବେଶ । ମୁଠାଏ ମୁଢି ଏବଂ କପେ ନାଲି ଚାହାରେ ଚଳିଯାଉଥିଲେ ଦାଶିଆ ଅଜା।

ଜୀବନ ପ୍ରଣାଳୀ ଥିଲା ସରଳ ଓ ଅତି ସାଧାରଣ। ମାଗିମାଗି ପୁସ୍ତକ, ପତ୍ର-ପତ୍ରିକା, ପୋଥି ଆଦି ସଂଗ୍ରହ କରିଥିଲେ। ପ୍ରତି ଦିନ ଣହେରୁ ଅଧିକା ପୋଷ୍ଟ କାର୍ଡ୍ ଲେଖିବା ଥିଲା ତାଙ୍କର ନିତିଦିନିଆ ନିଶା। ଲେଖକଙ୍କ ପାଇଁ ତାଙ୍କ ପୋଷ୍ଟ କାର୍ଡ୍ ଥିଲା ପ୍ରେରଣା। ଗ୍ରାମୀଣ ପରିବେଶ ମଧ୍ୟରେ ଥାଇ ସେ ଦେଖୁଥିଲେ ଉତ୍କଳୀୟ ସାଂସ୍କୃତିକ ଚେତନା ଜାଗରଣର ସ୍ୱପ୍ନ। ଏକ ନିପଟ ପାହାଡ଼ ଜଙ୍ଗଲ ମଫସଲ ଗାଁ ନୟାଗଡ଼ର ଉଦୟପୁରରେ ପ୍ରତିଷ୍ଠା କରାଯାଇଥିଲା ଏକ ଜାତୀୟ ସ୍ତରୀୟ ପାଠାଗାର ସଂଗ୍ରାହଳୟ ସାହିତ୍ୟ ସଂସଦ ଓ ଗବେଷଣାଗାର । ଯାହାକି ବିଶ୍ବରେ ବିରଳ ଓ ବିସ୍ମୟ। ପାଠାଗାରର ସଂଗ୍ରାହଳୟରେ ପୃଥିବୀର ବିଭିନ୍ନ ଭାଷାର ଦୁଇ ଲକ୍ଷରୁ ଅଧିକ ପୁସ୍ତକ, ପତ୍ର ପତ୍ରିକା, ପୋଥି ଆଦି ଗଚ୍ଛିତ ରହିଛି । ଏଭଳି ମହାନ୍ କାର୍ଯ୍ୟରେ ସହଯୋଗ କରିଥିଲେ ସହଧର୍ମିଣୀ ପୈାର୍ଣ୍ଣମାସୀ ଦେବୀ।

Comments are closed.