Odisha Link
Bridging the Missing Links in Odisha

ମୋ ବସ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର

ଭୁବନେଶ୍ବର : ଭୁବନେଶ୍ବର ୟୁନିଟ୍ ୪ ରେଡ୍‌କ୍ରସ୍ ଭବନ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ମୋ ବସ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।
ଗୁରୁତର ହେଉଛନ୍ତି ବାବାଜୀ ସେଠୀ । ସେ ଏଜିର ପୂର୍ବତନ କର୍ମଚାରୀ । ବସ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ବାରମ୍ବାର ଏଭଳି ଦୁର୍ଘଟଣାମାନ ଘଟୁଥିବାର ଦେଖାଯାଉଛି ।

Comments are closed.